ଓଡ଼ିଶାର ୩୪ଟି ବୁଥ୍‌ରେ ଚାଲିଛି ସାନି ମତଦାନ

Spread the love

 ଭୁବନେଶ୍ୱର,୧୯/୫ (ସନ୍ଧାନ ନିୟୁଜ) ବୁଥ୍ ରିଗିଂ, ଇଭିଏମ୍ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ଓଡ଼ିଶାର ୩୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ମତଦାନ ହେଉଛି। ଯେଉଁଥିରେ ବରିର ୫ଟି, ବିଞ୍ଝାରପୁରର ୨ଟି ଏବଂ ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍ ରହିଛି।

କଟକର ୫ଟି ବୁଥ୍‌ ମଧ୍ୟରୁ ଆଠଗଡ଼ର ୪ଟି ଏବଂ ବଡମ୍ବାର ଗୋଟିଏ ବୁଥ୍ ରହିଛି।  କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମାହାଙ୍ଗାର ୪ଟି ଓ ସାଲେପୁରର ଗୋଟିଏ ବୁଥ୍‌ରେ ସାନି ମତଦାନ ହେଉଛି।

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବାରିପଦାର ୪ଟି ଓ ବାଙ୍ଗିରିପୋଷିର ଗୋଟିଏ ବୁଥ୍‌ରେ ମଧ୍ୟ ସାନି ମତଦାନ ଚାଲିଛି। ସେହିପରି ପୁରୀର ୩ଟି, ବାଲେଶ୍ୱର ଓ ଢେଙ୍କାନାଳର ଦୁଇଟି, ଭୁବନେଶ୍ୱର, କେନ୍ଦୁଝର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ଚାଲିଛି।

Related Posts

About The Author

Add Comment