ଭୁବନେଶ୍ୱର: ଓଡ଼ିଶାରୁ ଆଜି ଜଣେ କାଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗିରଫ ହୋଇଥିବା ଆତଙ୍କବାଦୀର ଲିଙ୍କ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ତେବେ ଯାଜପୁରର ନେଉଳପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ତେବେ ଆତଙ୍କବାଦୀଙ୍କ ନାଁ ସୟଦ ଇସାନ ବୁଖାରି ବୋଲି ଜଣାପଡ଼ିଛି । ତେବେ ସୟଦ କାଶ୍ମୀର ପୁଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ଥିଲେ ।
ତେବେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ବିଭାଗ ତାଙ୍କର ଯାଜପୁର ସ୍ଥିତ ଘରେ ଚଢ଼ାଉ କରିଥିଲା । ତେବେ ସେଠାରେ ଚଢ଼ାଉ କରି ଏସଟିଏଫ ଅନେକ ଜାଲି ବିଦେଶୀ କାଗଜପତ୍ର ମଧ୍ୟ ସେଠାରୁ ଜବତ କରିଥିବା ସୂଚନା ମିଳିଛି ।