ଓଡ଼ିଆ ଆଇଏଏସ୍ ତଥା DPIIT ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

Spread the love

ନୂଆ ଦିଲ୍ଲୀ, ୧୯/୦୬/୨୦୨୧ (ସନ୍ଧାନ ନିଉଜ) : ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ସଚିବ DPIIT ଗୁରୁପ୍ରସାଦ ମହାପାତ୍ରଙ୍କ ଶନିବାର COVID-୧୯ ସମ୍ବନ୍ଧୀୟ ଜଟିଳତାରେ ମୃତ୍ୟୁ ଘଟିଛି। ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀଙ୍କ ସମେତ ଅନେକ ଲୋକ ଶୋକ ପ୍ରକଟ କରିଛନ୍ତି। ଡ. ଗୁରୁପ୍ରସାଦ ମହାପାତ୍ର ଓଡ଼ିଶାର ପ୍ରଖ୍ୟାତ କଥାକାର ମହାପାତ୍ର ନିଳମଣି ସାହୁଙ୍କ ସୁପୁତ୍ର ଡ. ଗୁରୁପ୍ରସାଦ ମହାପାତ୍ର, ବରିଷ୍ଠ ପ୍ରଶାସକ ଭାବେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ଗୁଜୁରାଟ କ୍ୟାଡ଼ରର ଭାରତୀୟ ପ୍ରଶାସନୀକ ଅଧିକାରୀ। ସେ Airport Authority of India Limitedର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଦକ୍ଷତାର ସହିତ କରିଛନ୍ତି। ଦିଲ୍ଲୀର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତ୍ତକୋତ୍ତରରେ ଉତ୍ତିର୍ଣ୍ଣ ହେବା ପରେ ବରୋଦାର ଏମ୍.ଏସ୍. ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ ଏବଂ ସ୍ଲୋଭେନିଆ ବିଶ୍ୱ ବିଦ୍ୟାଳୟରୁ MBA କରିଥିଲେ। ରାଜ୍ୟ ଏବଂ କେନ୍ଦ୍ରରେ ବିଦ୍ୟୁତ, ରସାୟନ ଏବଂ ଉର୍ବରକ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସହ ସହର ଉନ୍ନୟନ କ୍ଷେତ୍ରରେ 30 ବର୍ଷର ଅଭିଜ୍ଞତା ଯୋଗୁଁ ନୀତି ପ୍ରଣୟନରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଜଣେ ମିଷ୍ଟଭାଷୀ, ଦରଦୀ, ସରଳ ପ୍ରଶାସନୀକ ଅଧିକାରୀ ଭାବେ ଗୁରୁପ୍ରସାଦଙ୍କର ପରିଚୟ ସ୍ୱତନ୍ତ୍ର ଥିଲା। ଏପ୍ରିଲ ମଧ୍ୟଭାଗରେ ମହାପାତ୍ରଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା | ଅଗଷ୍ଟ ୨୦୧୯ ରେ DPIIT ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମହାପାତ୍ର ବିମାନବନ୍ଦର ଅଥରିଟି ଅଫ୍ ଇଣ୍ଡିଆ (AAI) ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ଗୁଜୁରାଟର କ୍ୟାଡର ୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଥିଲେ। ସେ ଏହାପୂର୍ବରୁ ବାଣିଜ୍ୟ ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟ ସ୍ତରରେ ସେ ଗୁଜୁରାଟର ସୁରାଟରେ ମ୍ୟୁନିସିପାଲିଟି କମିଶନର ଭାବରେ କାର୍ଯ୍ୟ କରିଥିଲେ। ଗୁରୁପ୍ରସାଦଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକଟ କରି ଟ୍ୱିଟ କରିଛନ୍ତିଯେ, “ଡଃ ଗୁରୁପ୍ରସାଦଙ୍କ ଦେହାନ୍ତରେ ଦୁଃଖିତ। ମୁଁ ତାଙ୍କ ସହ ଗୁଜୁରାଟ ଏବଂ କେନ୍ଦ୍ରରେ ବହୁ କାମ କରିଛି। ପ୍ରଶାସନିକ ସମସ୍ୟାଗୁଡିକ ବିଷୟରେ ତାଙ୍କର ବୁଝାମଣା ଅନନ୍ୟ ଥିଲା ଏବଂ କାମରେ ତାଙ୍କର ଅଭିନବ ଉତ୍ସାହ ପାଇଁ ବେଶ୍ ଜଣାଶୁଣା। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା। ଓମ୍ ଶାନ୍ତି

Related Posts

About The Author

Add Comment