ଭୁବନେଶ୍ୱର ,୩୦/୦୫ (ସନ୍ଧାନ ନିଉଜ) ୨୦୨୧ ମେ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନର ରହିଥିବା ୨୦୦୫ର ହିମାଚଳପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ ମୀରା ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି | ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମୀରା ମହାନ୍ତିଙ୍କ ନିଯୁକ୍ତିକୁ ନେଇ ଅନୁମୋଦନ ପ୍ରଦାନ କରିଛି | ମେ ୨୦୧୪ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ମୀରା ମହାନ୍ତି ବର୍ତ୍ତମାନ କ୍ୟାବିନେଟ ସଚିବାଳୟରେ ନିର୍ଦେଶିକା ଭାବେ ଅବସ୍ଥାପିତ ଅଛନ୍ତି |
ଓଡ଼ିଆ ଆଇଏଏସ୍ ଅଧିକାରୀ ମୀରା ମହାନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ନିଯୁକ୍ତ
|
May 30, 2020 |



