ନୂଆଦିଲ୍ଲୀ, ୭/୧୧ (ସନ୍ଧାନ ନିୟୁଜ) : ୧୯୮୨ ବ୍ୟାଚ୍ର ଓଡ଼ିଆ ଆଇଆର୍ଏସ୍ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷକର ବୋର୍ଡ (ସିବିଡିଟି)ର ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରୀ ଦାସଙ୍କ ବ୍ୟତୀତ ନୀନା କୁମାର ଓ ଅକିଳେଶ ରଞ୍ଜନଙ୍କୁ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ଏହି ତିନି ଜଣଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ତିନି ଅଧିକାରୀ ୨୦୨୦ ଏପ୍ରିଲ୍ ୩୦ରେ ଅବସର ଗ୍ରହଣ କରିବେ।
ସିବିଡିଟି ସଦସ୍ୟ ଭାବେ ନିଯୁକ୍ତି ହେଲେ ଓଡ଼ିଆ ଅଧିକାରୀ
|
November 7, 2018 |
