ଓସ୍କାର ୨୦୨୧: ନୋମାଡଲ୍ୟାଣ୍ଡର ଶ୍ରେଷ୍ଠ ଚଳଚ୍ଚିତ୍ର, ଦ ଫାଦର ପାଇଁ ଆନ୍ଥୋନୀ ହକିନ୍ସ ଶ୍ରେଷ୍ଠ ଅଭିନେତା

Spread the love

ନୋମାଡଲ୍ୟାଣ୍ଡ, ୦୩/୫/୨୦୨୧ (ସନ୍ଧାନ ନିଉଜ) : ନୋମାଡଲ୍ୟାଣ୍ଡ ଫିଲ୍ମ ପାଇଁ ଲୋ ଜାଓ, ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଓସ୍କାରରେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି।୯୩ ତମ ଏକାଡେମୀ ପୁରସ୍କାର ଅର୍ଥାତ୍ ୯୩ ତମ ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ନୋମାଡଲ୍ୟାଣ୍ଡ ଚଳଚ୍ଚିତ୍ର ଓସ୍କାରରେ ଶ୍ରେଷ୍ଠ ସ୍ଥାନ ପାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ପାଇଛି। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ପାଇଛି। ଶ୍ରେଷ୍ଠ ଅଭିନେତା ପୁରସ୍କାର ଆନ୍ଥୋନୀ ହକିନ୍ସଙ୍କୁ “ଦ ଫାଦର” ପାଇଁ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଲୋ ଜାଓ ଙ୍କୁ ନୋମାଡଲ୍ୟାଣ୍ଡ ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଓସ୍କାରରେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ଏଥିସହ ଲୋ ଜାଓ ହେଉଛନ୍ତି ପ୍ରଥମ କୃଷ୍ଣ ଏବଂ ଏସୀୟ ମହିଳା ଯିଏକି ଏହି ପୁରସ୍କାର ଜିତିଛନ୍ତି।

ଓସ୍କାର ପୁରସ୍କାର ୨୦୨୧ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା –

ସର୍ବୋତ୍ତମ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆନାଦର ରାଉଣ୍ଡ।

ଶ୍ରେଷ୍ଠ ନିର୍ଦ୍ଦେଶକ- ଲୋ ଜାଓ, ଚଳଚ୍ଚିତ୍ର- ନୋମାଡଲ୍ୟାଣ୍ଡ।

ବେଷ୍ଟ ଆଡପ୍ଟେଡ୍ ସ୍କ୍ରିନ୍ ପ୍ଲେ – ଦ ଫାଦର।

ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ୟୋନ୍ ୟୁ-ଜଙ୍ଗ (ୟୁହୁ-ଜଙ୍ଗ ୟୁନ୍) ମିନାରୀ ପାଇଁ ପୁରସ୍କୃତ।

ଶ୍ରେଷ୍ଠ ସହାୟକ ଅଭିନେତା – Judas and the Black Messiah ପାଇଁ ଡାନିଏଲ୍ କଲୁୟାଙ୍କୁ ମିଳିଲା।

ବେଷ୍ଟ ସିନେମାଟୋଗ୍ରାଫି – ଏରିକ୍ ମେସର୍ସମିଡ ‘ମୈଙ୍କ’ ପାଇଁ।

ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ – ଟେନେଟ୍।

ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା – ସାଉଣ୍ଡ୍ ଅଫ୍ ମେଟାଲ୍ ପାଇଁ ମିକ୍କେଲ ଇ.ଜି।

ବେଷ୍ଟ ଅରିଜିନାଲ୍ ସଙ୍ଗ – ଫାଇଟ୍‌ ଫର ୟୁ(Judas and the Black Messiah)

ବେଷ୍ଟ ଆନିମେଟେଡ୍ ଫିଚର୍ ଫିଲ୍ମ – ସୋଲ।

ବେଷ୍ଟ ଆନିମେଟେଡ୍ ସର୍ଟ ଫିଲ୍ମ – ଇଫ୍ ଏନିଥିଙ୍ଗ ହାପେନ୍‌ ଆଇ ଲଭ ୟୁ।

ବେଷ୍ଟ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ – ଟୁ ଡିଷ୍ଟାଣ୍ଟ ଷ୍ଟ୍ରେଞ୍ଜର୍ସ

ବେଷ୍ଟ ସାଉଣ୍ଡ – ଜାମି ବକ୍ସ, ନିକୋଲାସ୍ ବେକର୍, ଫିଲିପ୍ ବ୍ଲେଡ୍, କାର୍ଲୋସ୍ କର୍ଟସ୍ ଏବଂ ମିସେଲ୍ କଟନ୍ – ସାଉଣ୍ଡ୍ ଅଫ୍ ମେଟାଲ୍ ପାଇଁ।

ବେଷ୍ଟ ଡକ୍ୟୁମେଣ୍ଟାରୀ ସ୍ମଲ ସବଜେକ୍ଟ – କୋଲେଟ୍।

ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଚର – ମାଇଁ ଅକ୍ଟୋପସ୍ ଟିଚର।

Related Posts

About The Author

Add Comment