ଓଷ୍ଟା ତରଫରୁ ଜିଲ୍ଲାସ୍ତରୀୟ ମେଧାବୃତ୍ତି ପରୀକ୍ଷା

Spread the love

ଭଦ୍ରକ, ୨୪/୧୧ (ସନ୍ଧାନ ନିଉଜ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ମେଧାବୃତ୍ତି ପରୀକ୍ଷା ୨୦୧୯ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଓଡିଶାରେ ଆଜି ୨୨ହଜାର ରୁ ଉଦ୍ଧ୍ୱର୍ ପିଲା ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି । ଓଷ୍ଟା ସଂଗଠନ ଖାଲି ଶିକ୍ଷକ ମାନଙ୍କର ସମସ୍ୟା ପାଇଁ ଲଢ଼େଇ କରେ ନାହିଁ, ଅଗଣିତ ଛାତ୍ରଛାତ୍ରୀଙ୍କର ଗୁଣାତ୍ମକ ଶିକ୍ଷା ପାଇଁ ଲଢ଼େଇ କରେ । ପିଲାମାନଙ୍କର ଅର୍ନ୍ତନିହିତ ଗୁଣର ବିକାଶ ପାଇଁ ମଧ୍ୟ ଶିଶୁମେଳା ଅନୁଷ୍ଠିତ କରିଥାଏ । ଆଜିର ଭଦ୍ରକ ଜିଲ୍ଲାରେ ୩ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମଗ୍ର ଜିଲ୍ଲାରେ ୯ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଣ୍ଟରରେ ଦାୟିତ୍ୱ ନେଇଥିଲେ ଓଷ୍ଟା ସଂଗଠନର ସମସ୍ତ କର୍ମକର୍ତ୍ତା ବୃନ୍ଦ । ଆର.ସି.ବି.ଏଲ ଗେଲପୁର, ମୂରଲୀଧର ଉଚ୍ଚ ବିଦ୍ୟାପୀଠ, ବାସୁଦେବପୁର ହାଇସ୍କୁଲ, ତିହିଡି, ·ନ୍ଦବାଲି, ବାଶଂଡା, ବନ୍ତ, ଧାମନଗର ହାଇସ୍କୁଲ ସେଣ୍ଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏ ସମସ୍ତ ପରୀକ୍ଷା କୁ ସୁପରିଚାଳନା କରିଥିଲେ ଜିଲ୍ଲା ସଂପାଦକ ପ୍ରଦୀପ୍ତ ଦାସ, ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ଓଷ୍ଟା ସଂଗଠନର ରାଜ୍ୟ ନେତୃତ୍ୱ ସୁରଜିତା ନାୟକ, ଅକ୍ଷୟ କୁମାର ହୋତା, ପୂର୍ଣ୍ଣଚନ୍ଦ୍ର ଦାସ, ଅଜୟ ନନ୍ଦ, ଦେବବ୍ରତ ତ୍ରୀପାଠୀ, ଅରୁଣ ଶତପଥି, ଅଶୋକ ବାରିକ, ସାଧୁଚରଣ ଷଡଙ୍ଗୀ, ନିର୍ମଳ ମାଇତି, ଉପେନ୍ଦ୍ର ପାଢ଼ୀ, ପରୀକ୍ଷା ଉଦ୍ଘାଟନ କରିଥିଲେ, ପୂର୍ଣ୍ଣିମା ଦାସ, ଗୀତାଞ୍ଜଳୀ ନାୟକ, ସଂଗଠନର ୭ଟି ବ୍ଲକର ସଂପାଦକ, ବୈକୁଣ୍ଠ ବିଶ୍ୱାଳ, ସୁବଳ ପତ୍ରୀ, ହେମନ୍ତ ସୂତାର, କମଳା ନାୟକ, ପ୍ରଭାତ ପାଣିଗ୍ରାହୀ, ଶଶୀଶେଖର କରଶର୍ମା, ପର୍ଶୁରାମ ପାତ୍ର, ଶ୍ରୀକାନ୍ତ ନାୟକ, ସହଯୋଗ କରିଥିଲେ । ଏ ସମସ୍ତ ଖର୍ଚ୍ଚ ଓଷ୍ଟା ସଂଗଠନ ବହନ କଲେ । ୨୨ହଜାର ଛାତ୍ରଛାତ୍ରୀ ମାନଙ୍କ ଭିତରୁ ୧୦୦ଜଣ ଛାତ୍ରଛାତ୍ରୀ ରାଜ୍ୟର ବେଷ୍ଟ ମେଧାବୃତ୍ତି ୩ହଜାର କରି ପ୍ରତ୍ୟେକଙ୍କୁ ଦିଆଯାଇଥିଲା । ଏ ମହତ କାର୍ଯ୍ୟ ପାଇଁ ଓଷ୍ଟାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment