ଯାଜପୁର, ୦୯/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) କଳିଙ୍ଗ ନଗର ଥାନା ଅଧିନ ବାଘ ବାହାଳି ବଙ୍ଗଳା ଛକ ନିକଟରେ ଆଜି ସକାଳ ୧୦ ସମୟ ହେବ ଏକ ଲୁହା ପଥର ବୋଝେଇ ଡମ୍ଫର ଭାରଶ୍ୟାମ ହରାଇ ରାସ୍ତାରେ ଓଲୋଟି ପଡିଛି ।ଘଟଣାରୁ ପ୍ରକାଶ ଦୈତାରିରୁ ଲୁହା ପଥର ଆଣି ପାରାଦୀପକୁ ଆସୁଥିବା ଏକ ଡମ୍ଫର ଓ ଆର ୦୬ ସି (୭୪୮୫ )ଡମ୍ଫରର ବାମ ପଟରୁ ଏକ ବାଇକ୍ ହଟାତ୍ ରାସ୍ତା ଉପରକୁ ଆସିଯିବା ଫଳରେ ଚାଳକ ଜଣଙ୍କ ଡାହାଣ କୁ ଗାଡିଟିକୁ କାଟିଦେଇ ଥିଲେ ଓ ସେହି ସମୟରେ ଆଉ ଏକ ବାଇକ୍ ଓ ଡ଼ି ୦୪ ୨୩୧୮ ହୁଣ୍ଡା ସାଇନ୍ ଗାଡ଼ିରେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅଧିନ ଖଣ୍ଡବନ୍ଧ ପଞ୍ଚାୟତ କାଲୁଣି ଗୋଡ଼ା ଗ୍ରାମର ବାଇଧର ଶିଙ୍ଗ୍ ଙ୍କ ପୁଅ ଅଲେଖ ଶିଙ୍ଗ୍ ଓ ତାଙ୍କ ପତ୍ନୀ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ହଟାତ୍ ତାଙ୍କ ଉପରେ ଲୁହାପଥର ବୋଝେଇ ଡମ୍ଫରଟି ପଲଟି ଯାଇଥିଲା ।ସଂଗେ ସଂଗେ ସ୍ଥାନୀୟ ଲୋକମାନେ କଳିଙ୍ଗ ନଗର ପୋଲିସ କୁ ଖବର ଦେଇଥିଲେ ଖବର ପାଇ କକିଙ୍ଗ ନଗର ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କନେଷ୍ଟବଳ ଆସିସି କୁମାର ସାହୁ ସଦଳ ବଳେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଲୁହାପଥର ତଳୁ ଉଦ୍ଧାର କରି ପୋଲିସି ତାର ନିଜ ଗାଡ଼ିରେ ଦୁହିଁଙ୍କୁ ଟାଟା ମେଡିକାଲକୁ ନେଇଯାଇଥିଲା । ଦୁହିଁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ପୋଲିସି ଗାଡ଼ି ଦୁଇଟିକୁ ଜବଦ କରି ଘଟଣାର ତଦନ୍ତ ଜାରି ରଖିଛି ।
![](https://sandhannews.com/wp-content/uploads/2019/12/IMG_20191209_120807-300x169.jpg)