ଓଲୁଅରେ ସାଇବାବା ଆର୍ବିଭାବ

Spread the love
ଜେନାପୁର, ୨୨/୦୫ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯେତେବେଳେ ବିଶ୍ବାସ ଓ ଅନ୍ଧ ବିଶ୍ଵାସ କଥା ଉଠେ ସେତେବେଳେ ମନକୁ ଅନେକ ପ୍ରଶ୍ନ ଆସେ । କାହିଁକି ନା ଦୁନିଆରେ ଯଦି ସଇତାନ ଅଛି ତେବେ ଭଗବାନ ବି ଅଛନ୍ତି ।।ଅନେକ ପୁରାଣ ଶାସ୍ତ୍ର ରେ ବର୍ଣ୍ଣିତ ଅଛିଯେ ଯୁଗେ ଯୁଗେ ଭଗବାନଙ୍କର ଅବତାର ବା ଆର୍ବିଭାବ ଏ ଧରାବକ୍ଷରେ ଅଛି ଆଉ ହେଉ ଥିବ ମଧ୍ୟ ।।ଭଗବାନଙ୍କ ଅବତାର କେବଳ ପାପୀଙ୍କ ବିନାସ ଓ ଭକ୍ତର ଦୁଃଖରେ ସାମିଲ ହେବାପାଇଁ ହୋଇଥାଏ ।।ଏହି ଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଏଣ୍ଡଳବା ଗ୍ରାମର ଶକୁନ୍ତଳା ଦାସ ଓ ସାମୀ ଭାଗିରଥି ଦାସଙ୍କ କ୍ଷେତ୍ରରେ । ଉଭୟ ଦମ୍ପତି ଦ୍ୱୟ ତିନି ମାସ ତଳେ ତାଙ୍କ ଝିଅ ଘର ବିଛାଖଣ୍ଡିରୁ ଗୋଟିଏ ଓଲୁଅ ଆଣିଥିଲେ ମାତ୍ର ତାହା କଞ୍ଚା ଥିବାରୁ ତାହାକୁ ରଖିଦେଇଥିଲେ । ଫଳରେ ଓଲୁଅର ପଚା ଗନ୍ଧ ଆସିବାରୁ ତାହାକୁ ସଫାକରିବାକୁ ଗଲା ବେଳେ ଦେଖିବାକୁ ମିଳିଥିଲା ସେଥିରୁ ସାଇବାବାଙ୍କ ମୂର୍ତ୍ତି ଯାହା ଆପଣଙ୍କ ହୋସଉଡାଇଦେବ । ହଁ ଆଜ୍ଞା କଥାଟା ଆପଣଙ୍କୁ ମିଛ ଲାଗି ପାରେ ମାତ୍ର ସତ୍ୟ ପରଖିବାକୁ ବା ସତ୍ୟର ଖୋଜରେ ଗ୍ରାଉଣ୍ଡ ଜିରୋକୁ  ବାହାରି ପଡିଥିଲା ଆମ ସନ୍ଧାନ ଟିମ ।।ଆଉ ସେଠି ଯାହା ଘଟିଥିଲା ଆଖି ଚମକାଇଲା ଭଳି ।।ସତେ ଯେମିତି ସାଇ ବାବା ଭକ୍ତଙ୍କ ପାଇଁ ଏ ଧରାକୁ ଅବତରଣ କରିଛନ୍ତି ।

Related Posts

About The Author

Add Comment