ଓମିକ୍ରନ୍ ମାମଲା: ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ, ଅଣାୟତ ହେଉଛି ସଂକ୍ରମଣ

Spread the love

ନୂଆଦିଲ୍ଲୀ, (ସନ୍ଧାନ ନିଉଜ) : ଦେଶରେ ଆରମ୍ଭ ହୋଇଛି ଓମିକ୍ରନ୍ କହର । ଧିରେ ଧିରେ ପୁରା ଦେଶରେ କାୟା ବିସ୍ତାର କରିବା ଅର୍ମ୍ କରିଛି କରୋନା ମହାମାରୀର ଘାତକ ଭ୍ୟାରିଆଣ୍ଟ । ବର୍ତ୍ତମାନ ସୁଦ୍ଧା ୧୯ ରାଜ୍ୟରେ ଓମିକ୍ରନ୍ ବ୍ୟାପି ସାରିଥିବା ବେଳେ ୧୦ ରାଜ୍ୟରେ ସଂକ୍ରମଣ ମାମଲାକୁ ନେଇ ଚିନ୍ତା ବଢିଛି । ତେବେ ଓମିକ୍ରନ୍ ସଂକ୍ରମଣ ମାମଲାରେ ଆଜି ମହାରାଷ୍ଟ୍ରକୁ ଟପିଛି ରାଜଧାନୀ ଦିଲ୍ଲୀ । ଆରମ୍ଭରୁ ମହାରାଷ୍ଟ୍ର ଓମିକ୍ରନ୍ ହବ୍ ହୋଇପାରେ ବୋଲି ଆକଳନ କରାଯାଉଥିବା ବେଳେ ଏବେ ଦିଲ୍ଲୀରେ ଅଣାୟତ ହେଉଛି ସ୍ଥିତି ।

ପୁରା ଦେଶରେ ଏବେ ସୁଦ୍ଧା ଓମିକ୍ରନ୍ ମାମଲା ୬୦୦ ଅତିକ୍ରମ କରିସାରିଛି ଏବଂ ଦେଶରେ ସର୍ବାଧିକ ଓମିକ୍ରନ୍ ମାମଲା ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । ଆଜି ଭିତରେ ଦିଲ୍ଲୀରେ ୧୪୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୪୧ଟି ମାମଲା ସାମ୍ନାକୁ ଆସିଛି ।

ଅନ୍ୟପଟେ ଏହା ପଛକୁ କେରଳରେ ୫୭, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୬, ତେଲେଙ୍ଗାନାରେ ୪୪, କର୍ଣ୍ଣାଟକରେ ୩୮, ତାମିଲନାଡୁରେ ୩୪, ହରିଆଣାରେ ୧୦, ମଧ୍ୟପ୍ରଦେଶରେ ୯, ଓଡ଼ିଶାରେ ୮, ଆନ୍ଧ୍ରପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬, ଚଣ୍ଡିଗଡ଼ରେ ୩, ଜମ୍ମୁ-କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨ ଓ ଗୋଆ, ଲଦାଖ, ଉତ୍ତରାଖଣ୍ଡ ,ହିମାଞ୍ଚଳ ପ୍ରଦେଶରେ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related Posts

About The Author

Add Comment