ନୂଆଦିଲ୍ଲୀ ,୨୪/୦୧/୨୦୧୨ (ସନ୍ଧାନ ନିଉଜ) କୋଭିଡ଼୍ ୧୯କୁ ନେଇ ପୁଣି ଚେତାବନି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ’ ପକ୍ଷରୁ ଏହା କୁହାଯାଇଛି ଯେ ଓମିକ୍ରନ୍ ଶେଷ ଭାରିଆଣ୍ଟ ନୁହେଁ । ଓମିକ୍ରନକୁ ଶେଷ ଭାରିଆଣ୍ଟ ଭାବିବା ବିପଦଜନକ ଅଟେ ।
ଅନ୍ୟ ପଟେ ବର୍ତ୍ତମାନ ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ବଢିଥିବା ବେଳେ ଆଉ ଏକ ନୂତନ ଭାରିଆଣ୍ଟ ବିଏ-୨ର ମାମଲା ସାମ୍ନାକୁ ଆସିଛି ।
ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ବିଏ-୨ ଭାରିଆଣ୍ଟ ଦେଖିବାକୁ ମିଳିଛି ଯାହାକୁ ନେଇ ଲୋକମାନେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି । କେବଳ ଏତିକି ନୁହେଁ ଏହା ଦ୍ଵାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି ।