ସୁନ୍ଦରଗଡ ତା:୨୯/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) କାର୍ଯଅନୁଷ୍ଠାନ ଦାବି ନେଇ ବାଲିସଙ୍କରା ଭାଟିପଡା ଓ ଓଡିଶା ପ୍ରଗତି ଦଳ ପକ୍ଷରୁ ତଲସରା ଥାନା ଘେରାଉ କରାଯାଇଛି । ସୂଚନା ଅନୁଯାୟୀ ଗତ ମାସ ୨୮ତାରିଖରେ ଘରେ କେହି ନ ଥିବା ସମୟରେ ବାଲିସଙ୍କରା ଭାଟିପଡାର ସୁସ୍ମିତା କୁଜୁରଙ୍କ ଘରେ ତାଲା ଭାଙ୍ଗି ଅବକାରୀ ବିଭାଗ ଓ ଭାଟି କର୍ମଚାରୀ ଏକଲକ୍ଷ କୋଡିଏ ହଜାର ଟଙ୍କା ସହ ଚାରି କୁଇଣ୍ଟାଲ
ମହୁଳଫୁଲ ଚୋରିକରି ନେଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ସୁସ୍ମିତା କୁଜୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳପ୍ରଦ
ହୋଇ ନ ଥିଲା ।ତାପରେ ସେ ସୁନ୍ଦରଗଡ ଏସପି ଙ୍କୁ ଏ ବିଷୟରେ ଅବଗତ କରିବାପରେ ସେ ଅତିଶୀଘ୍ର ଏହି ଦିଗରେ କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ କିଛି ଫଳ ନ ମିଳିବାରି ଆଜି ବାଲିସଙ୍କରା ଭାଟି ପଡାର ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ସହ ଓଡିଶା ପ୍ରଗତି ଦଳ ତଲସରା ଥାନା ଘେରାଉ କରିଥିଲେ । ଏହି ଘେରାଉର ସରକାର ନ୍ୟାୟ ଦେବା ସହିତ ମଦ ଭାଟି ବନ୍ଦ କରିବା ତଥା ପୋଲିସ ପ୍ରଶାସନ ମନମୁଖୀ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିଥିଲେ ।
ଓଡିଶା ପ୍ରଗତିଦଳ ପକ୍ଷରୁ ତଲସରା ଥାନା ଘେରାଉ
|
October 30, 2021 |



