ବାଲିଗୁଡା, ୨୪/୦୭/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚା, କନ୍ଧମାଳ ଶାଖା ପକ୍ଷରୁ ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ନେଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ଆଇନ -୧୯୯୨ ଅନୁସାରେ ୧୯୯୩ ମସିହାରେ ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରାଗଲା । ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରିଵାର ଵ୍ୟଵସ୍ଥା ରହିଛି । ଏଣୁ ରାଷ୍ଟ୍ରିୟ ସ୍ତରରେ ତଥା ଅନେକ ରାଜ୍ୟରେ ସଂଖ୍ୟାଲଘୁ ଆୟୋଗମାନ ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ଗତ ୨୭ ଵର୍ଷ ହେଲା ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରାଯାଉ ନାହିଁ । ଓଡିଶାରେ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରିଵା ପାଇଁ ଗତ ୨୦ ଵର୍ଷ ମଧ୍ୟରେ ବିଭିନ୍ନ ସଂଗଠନ ଦ୍ବାରା ସରକାର ତଥା ରାଜ୍ୟପାଳଙ୍କୁ ବହୁବାର ଦାଵିପତ୍ର ଦିଆଯାଇଛି, କିନ୍ତୁ ଏହାର ସୁଫଳ ମିଳିପାରି ନାହିଁ । କମିଶନ ଗଠନ ନ କରି ସଂଖ୍ୟାଲଘୁଙ୍କୁ ସେମାନଙ୍କର ନିମ୍ନ ଲିଖିତ ହକ ଓ ଅଧିକାରରୁ ବଞ୍ଚିତ କରାଯାଇଛି। ୧. ସଂଖ୍ୟାଲଘୁଙ୍କ ବିକାଶକୁ ସମୀକ୍ଷା କରିଵା । ୨. ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ରହିଥିଵା ସାମ୍ଵିଧାନିକ ପ୍ରାଵଧାନଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରିଵା । ୩. ସଂସଦ ଓ ବିଧାନସଭା ଦ୍ଵାରା ପ୍ରଣୟନ କରାଯାଇଥିବା ଆଇନଗୁଡିକର କାର୍ଯ୍ୟ କାରିତାକୁ ତଦାରଖ କରିବା । ୪. ସଂଖ୍ୟାଲଘୁଙ୍କ ବିକାଶ ପାଇଁ ନୀତି ତଥା କାର୍ଯ୍ୟକ୍ରମ ପ୍ରଣୟନ କରିଵା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସୁପାରିଶ କରିଵା। ୪. ସଂଖ୍ୟାଲଘୁଙ୍କ ବିକାଶ ପାଇଁ କାର୍ଯ୍ୟକାରି ହେଉଥିବା ଵିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ଵିତ କରିଵା। ୫. ସଂଖ୍ୟା ଲଘୁଙ୍କ ପ୍ରତି ଘଟୁଥିଵା ଭେଦଭାଵକୁ ଚିହ୍ନଟ କରି ତାହାର ଅପସାରଣ ପାଇଁ ସରକାରଙ୍କୁ ସୁପାରିଶ କରିଵା। ୬.ସଂଖ୍ୟା ଲଘୁଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା ସମ୍ଵନ୍ଧୀୟ ବିଷୟଗୁଡିକ ଉପରେ ଗବେଷଣା କରି ବିଶ୍ଳେଷଣ କରିଵା । ୭. ଏକ ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁ ଗୋଷ୍ଠୀର ବିକାଶ ପାଇଁ ସୁପାରିଶ କରିଵା ।୮. ଵ୍ୟକ୍ତିଗତ ଓ ସାମ୍ମୁହିକ ଅଭିଯୋଗ ଗ୍ରହଣ କରି ଵିଚାର କରିଵା। ୯. ସଂଖ୍ୟାଲଘୁଙ୍କ ବିକାଶ ସମ୍ପର୍କିତ ଵିଵରଣୀ ପ୍ରତ୍ୟେକ ବର୍ଷ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରେରଣ କରିଵା। ଉପରୋକ୍ତ ବୈଧାନିକ ଵ୍ୟବସ୍ଥାରୁ ଓଡିଶାର ସଂଖ୍ୟାଲଘୁମାନଙ୍କୁ ଵଞ୍ଚିତ କରାଯାଇଛି । ପ୍ରକାଶ ଥାଉକି, ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ଏହାର ନିର୍ଵାଚନୀ ଇସ୍ତାହାରରେ ସଂଖ୍ୟାଲଘୁ କମିଶନ ଗଠନ କରିବାକୁ ପ୍ରତିଶୃତି ଦେଇଥିଲା ହେଲେ ସେହି ପ୍ରତିଶୃତି ପାଣିରେ ଗାର ହୋଇ ରହିଗଲା । ସରକାର ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କଲେ ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀ ଏକତ୍ର ହୋଇ ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ଗଣଧାରଣା ଦେଵା ସହ କୋର୍ଟର ଆଶ୍ରୟ ନେଵେ ।
ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ପାଇଁ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ
|
July 24, 2021 |
