ଓଡିଶାରେ ରୋହିତ ପୂଝାରୀଙ୍କ ଗଲା ମନ୍ତ୍ରୀପଦ

Spread the love

ସୁନ୍ଦରଗଡ ତା:(୧୦/୬/୨୦୩ )କାର୍ଯ୍ୟ ରେ ଅବହେଳା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ମନ୍ତ୍ରୀ ପଦ ରୁ ବାଦ୍ ପଡିଛନ୍ତି ରୋହିତ ପୂଜାରୀ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ରୋହିତ ପୂଜାରୀ ଙ୍କ ମନ୍ତ୍ରୀପଦ ରଦ୍ଦ କରିବା ପାଇଁ ସୁପାରିଶ ଦେଇଛନ୍ତି। ରୋହିତ ପୂଜାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ୨୦୨୨ ରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଉକ୍ତ ବିଭାଗରେ କୌଣସି ପ୍ରକାରର କାର୍ଯ୍ୟ ସଠିକ୍ ଭାବେ ହୋଇ ପାରୁନଥିବା ଫଳରେ ଆଜି ମନ୍ତ୍ରୀ ପଦରୁ ରୋହିତଙ୍କୁ ବିଦା ନିର୍ଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ରେଢ଼ାଖୋଲ ରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରୋହିତ ପୂଜାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ୨୦୨୨ ମସିହାରେ ଶପଥ ଗ୍ରହଣ କରିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ଆଜି ତାଙ୍କ ମନ୍ତ୍ରୀପଦ ରୁ ବାହାର ରାସ୍ତା ଦେଖେଇଚି। ନବୀନଙ୍କ ପଞ୍ଚମ ପାଳିରେ ଏହା ଏକ ମାଷ୍ଟର ଷ୍ଟ୍ରୋକ ହିସାବରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟୁରୋ ରିପୋର୍ଟ ସୁନ୍ଦରଗଡ ।

Related Posts

About The Author

Add Comment