ଓଡିଶାରେ ପ୍ରସ୍ତୁତ କରୋନା ଆଣ୍ଟିଜେନ୍ ଟେଷ୍ଟ୍ କିଟ୍‌କୁ ମିଳିଲା ଅନୁମୋଦନ, ୨ ମାସରେ ବଜାରରେ ହେବ ଉପଲବ୍ଧ

Spread the love
ଭୁବନେଶ୍ୱର, ୨୭/୦୧/୨୦୧୨ (ସନ୍ଧାନ ନିଉଜ) ଓଡିଶାରେ ପ୍ରସ୍ତୁତ କରୋନା ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ଆଇସିଏମଆର ଅନୁମୋଦନ ଦେଇଛି । ଏହି କିଟ୍ ମେକ ଅନ ଓଜିଶା ଆଦାରରେ ପ୍ରସ୍ତୁତ ହୋଇଛି । ଏହି ରାପିଡ୍ ଆଣ୍ଟିଜେନ୍ କିଟର ନାଁ ଆଇଏମସିଓଜି-ଏଜି ।

ସୂଚନା ଅନୁସାରେ, ଭୁବନେଶ୍ୱରର ଇମଜେନେକ୍ସ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଏହି ଆଣ୍ଟିଜେନ୍ କିଟ୍ ପ୍ରସ୍ତୁତ ହୋଇଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଇମଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି । ଇମଜେନେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଆଗାମୀ ୨ ମାସ ମଧ୍ୟରେ ଏହି କିଟ୍ ବଜାରରେ ମିଳିପାରିବ ।

କରୋନା ସଂକ୍ରମଣ ଚିହ୍ନଟ କରିବାରେ ଆଣ୍ଟିଜେନ୍ ଟେଷ୍ଟ କିଟର ମଧ୍ୟ ଭୂମିକା ରହୁଛି । ବର୍ତ୍ତମାନ ଏହି କିଟ୍ ପାଇଁ ଓଡିଶାବାସୀଙ୍କୁ ବାହାର ରାଜ୍ୟର କମ୍ପାନୀ ଉପରେ ନିର୍ଭର କରିବାକୁ ପଡୁଥିଲା । ମାତ୍ର ଓଡିଶାରେ ପ୍ରସ୍ତୁତ କିଟ ବଜାରରେ ମିଳିବା ପରେ ଆଉ ସେତେଟା ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି ।

Related Posts

About The Author

Add Comment