ଓଡିଶାରେ ପଶ୍ଚିମବଙ୍ଗ ମଦ

Spread the love

ବାରିପଦା, ୧୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ରାଜସ୍ୱ ହରାଇବେନି ବୋଲି କୋରନା ମହାମାରୀ ବେଳେ ମନ୍ଦ ଦୋକାନ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ଉଭୟ ଦେଶୀ ଓ ବିଦେଶୀ ବିକ୍ରି ଉପରେ କଟକଣା ହଟାଇ ନେଲେ ଲାଭ ପାଇଁ ଅଧିକ ଟିକସ ବସାଇଲେ । ହେଲେ ଚୋରା ମଦ କାରବାର ଉପରେ କିନ୍ତୁ ସରକାରଙ୍କ ଅଙ୍କୁଶ ରହୁନି । ମୟୁରଭଞ୍ଜ ଜିଲ୍ଲାରେ ବିକ୍ରି ହେଉଛି ପୋଡଶୀ ପଶ୍ଚିମବଙ୍ଗରୁ ଆସୁଥିବା ମଦ । ଏହି କାରବାର ଦ୍ୱାରା ମଦ ମାଫିଆମାନେ ମାଲାମାଲ ହେଉଛନ୍ତି କିନ୍ତୁ ଓଡିଶା ସରକାରଙ୍କ ରାଜକୋଷକୁ ଟଙ୍କାଟିଏ ବି ଆସୁନି ।
ସୀମାନ୍ତବର୍ତୀ ଶୁଳିଆପଦା , ରାସଗୋବୋନ୍ଦପୁର ଥାନା ଅଚଂଳର କିଛି ଗଳାବାଟ ଦେଇ ପଶ୍ଚିମବଙ୍ଗରୁ ବିଦେଶୀ ମନ୍ଦ ଆଣି ଅବାଧରେ ମୟୁରଭଞ୍ଜକୁ ପଶୁଛନ୍ତି । ଚୋରା ବେପାରୀ ଏଠାରେ ଅବାଧରେ ଲକ୍ଷଲକ୍ଷ ଟଙ୍କାର କାରବାର କରୁଛନ୍ତି । ହେଲେ ଏହାକୁ ରୋକିବାରେ ଅବକାରୀ ବିଭାଗ ,ପୋଲିସ,ଓ ପ୍ରଶାସନ ସମର୍ଥ ହେଉନି । ପଶ୍ଚିମବଙ୍ଗରୁ ଆସୁଥିବା ବିଦେଶୀ ମଦ ଓଡିଶା ବିଦେଶୀ ମନ୍ଦ ତୁଳନାରେ କମ୍ ଟଙ୍କାରେ ଉପଲବ୍ଧ ହେଉଛି । ଫଳରେ ଲୋକେ ଏହି ଚୋରା ଚାଲାଣକାରୀଙ୍କଠାରୁ ଶସ୍ତାରେ ମଦ କିଣୁଛନ୍ତି । ମୁଖ୍ୟତଃ ଗ୍ରାମାଚଂଳରେ ଏହି ମଦ କାରବାର ସୀମା ଟପିଲାଣି । ସେପଟେ ବାହର ରାଜ୍ୟର ବିଦେଶୀ ମଦ ବିକ୍ରି କରି ଅଧିକ ଲାଭ ପାଉଥିବାରୁ ସ୍ଥାନୀୟ ଅଚଂଳର ଅସାଧୁ ବେପାରୀ ଉସôାହିତ ହୋଇ ଏହି ମଦ ବିକ୍ରିକୁ ସମର୍ଥନ କରୁଛନ୍ତି । ଏମିତିକି କେତେକ ସ୍ଥାନରେ ପଶ୍ଚିମବଙ୍ଗ ରୁ ମଦ ଆମଦାନୀ କରୁଥିବା ଚୋରା ବ୍ୟବସାୟୀମାନେ ଡିପୋ କରି ଏହି ମଦ ବିକ୍ରି କରୁଛନ୍ତି । ଦିନ ଦ୍ୱିପ୍ରହରେ ଖୋଲାମେଲାରେ ଚାଲୁଛି କାରବାର । ଓଡିଶା ସରକାର ମଦ ଦୋକାନ ଖୋଲି ଅପବାଦ ମୁଣ୍ଡାଉଥିବା ବେଳେ ସରକାରଙ୍କ ରାଜସ୍ୱ ଖାଉଛନ୍ତି ମଦ ମାଫିଆ । ତୁଳନାତ୍ମକ ଭାବେ ଦେଖିଲେ ଓଡିଶାର ଗୋଟିଏ ୭୫୦ ଏମ୍ଏଲ୍ ସାଧାରଣ ହ୍ୱିସ୍କି ବୋତଲ କିଣିବାକୁ ହେଲେ ଗ୍ରାହକଙ୍କୁ ୮୩୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡୁଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଥିବା ସମାନ ହ୍ୱିସ୍କିର ଦାମ ମାତ୍ର ୫୬୦ ଟଙ୍କା ରହୁଛି ବୋଲି ଜଣେ ବ୍ୟବସାୟୀ ନିଜ ନାମ ଗୋପନ ରଖି କହିଛନ୍ତି । ଓଡିଶା ମଦ ଓ ପଶ୍ଚିମବଙ୍ଗ ମଦ ଭିତରେ ୨୭୦ ଟଙ୍କାର ବ୍ୟବଧାନ ରହୁଛି । ଏହି ବିଶାଳ ବୂବଧାନ ହେତୁ ଚୋରା ବ୍ୟବସାୟୀ ମାନେ ଏବେ ପଶ୍ଚିମବଙ୍ଗ ମଦ ବିକ୍ରି କରିବାକି ଗ୍ରାମାଚଂଳରେ ଲାଭ ବିଛାଇଲେଣି । ଏହାର ସୁଯୋଗ ନେଇ ନକଲି ମଦ କାରବାର ମଧ୍ୟ ବଢୁଛି । ନକଲି ଲେବଲ,ସ୍ପିରିଟ,ଠିପି, ବୋତଲଓ ହୋଲୋଗ୍ରାମ୍ ଆଣି ଏହାକୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ଏସମ୍ପର୍କରେ ବାରିପଦା ସଦର ଅବକାରୀ ଇନି୍ସପେକ୍ଟର ବିକାଶ ଟପ୍ନୋଙ୍କୁ ପଚାରିବାରୁ ସେ ପଶ୍ଚିମବଙ୍ଗରୁ ମଦ ଆସୁଥିବା କଥା ସେ ସ୍ୱୀକାର କରିଥିଲେ । ଅନେକ ସମୟରେ ଚଢଉ ଚାଲିଛି ଓ ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି ସେ ମତ ରଖିଥିଲେ ।

Related Posts

About The Author

Add Comment