ଓଡିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ହାତ ପକାଇଥିବା ନବୀନ ସରକାର ମହିଳାଙ୍କ କ୍ରୋଧର ନିଆଁରେ ଧ୍ୱଂସ ହୋଇଯିବ – ଧର୍ମେନ୍ଦ୍ର ପ୍ରଧାନ

Spread the love

ଜଟଣୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଥାନା ଅଧିକାରୀ ଏଫଆଇଆର୍ ନରଖିବା ମାମଲାରେ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ
– ଦୁଷ୍କର୍ମରେ ମୃତ ପୀଡିତା ବାପାକୁ ଥାନା ଭିତରେ ଶାସକ ଦଳର ନେତାମାନେ ମାଡ ମାରିବା କଣ ମହିଳା ସମ୍ମାନ?
– ଦୀର୍ଘ ସମୟ ଧରି ଜଟଣା ଥାନା ଅଧିକାରୀ ଏଫଆଇଆର୍ ନେଲେନି କାହା ଚକ୍ରାନ୍ତରେ ?
– ଓଡିଶାକୁ ମହିଳା ଅତ୍ୟାଚାର ମାମଲାରେ ଲଜ୍ଜିତ କରିଥିବା ବ୍ୟକ୍ତି ଭୁବନେଶ୍ୱରରେ ନବୀନଙ୍କ ପ୍ରାର୍ଥୀ
– ପିପିଲିରେ ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କ ସଂରକ୍ଷକ ନବୀନଙ୍କ ବିଧାୟକ ପ୍ରାର୍ଥୀ
– ତୃତୀୟ ମହଲାର ବିନା ଅନୁମତିରେ ରାଜ୍ୟର ୫୦୦ରୁ ଉର୍ଦ୍ଧ୍ୱ ଥାନାରେ ସୋରିଷ ଫୁଟେନାହିଁ
– ନିଜ ଭୋଟ ସର୍ବସ୍ୱ ରାଜନୀତିକୁ ଜାରି ରଖିବା ପାଇଁ ଓଡିଶାର ଗରିବ ମା’ ଭଉଣୀଙ୍କ ଉପରେ ନବୀନ ବାବୁ ସବୁଠୁ ଅଧିକ ଅତ୍ୟାଚାର କରୁଛନ୍ତି
– ମୁଖ୍ୟମନ୍ତ୍ରୀ ଶାସନ ସତାରେ ମଦମସ୍ତ ଅଛନ୍ତି। ପ୍ରଜାତନ୍ତ୍ରରେ ଏପ୍ରକାର ମଦମସ୍ତ ବ୍ୟବସ୍ଥାକୁ ଜନତା ସଠିକ ଜବାବ୍ ଦେବେ

ଭୁବନେଶ୍ୱର,୧୩/୪ (ସନ୍ଧାନ ନିୟୁଜ) – ଓଡିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ଯେ ହାତ ପକାଇବ, ସେ ତାଙ୍କ କ୍ରୋଧର ନିଆଁରେ ଜଳିପୋଡି ଧ୍ୱଂସ ହୋଇଯିବ। ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନେରଖିବା ଉଚିତ ବୋଲି ଜଟଣୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଟଣୀ ଥାନା ଅଧିକାରୀ ଏଫ୍ଆଇଆର୍ ନରଖିବା ମାମଲାରେ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। / odiapua

Related Posts

About The Author

Add Comment