ସୁନ୍ଦରଗଡ ତା:୨୫/୯/୨୯୨୫( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ଦୁର୍ଗା ପୂଜାରେ ପଶିବ ପାଣିବ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଆସୁଛି ତିନି ତିନିଟି ବଡ଼ ଲଘୁଚାପ । ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ପଛକୁ ପଛ ଆସୁଛି ତିନି ତିନିଟି ଲଘୁଚାପ । ସେପ୍ଟେମ୍ବର ୨୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବା ବେଳେ ସେପ୍ଟେମ୍ବର ୨୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏତିକିରେ ସରୁନି ଲଘୁଚାପ ବର୍ଷା ।ସେପ୍ଟେମ୍ବର ୨୩ ଓ ୨୬ ପରେ ପୁଣି ସେପ୍ଟେମ୍ବର ୩୦ ତାରିଖରେ ଆସିବ ୩ୟ ଲଘୁଚାପ । ଆସନ୍ତା ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯଥେଷ୍ଟ ସମ୍ଭାବନା ରହିଛି । ଏ ନେଇ ଆକଳନ କରଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ କିଛି ବର୍ଷା ରାଜ୍ୟରେ ଦେଖିବାକୁ ମିଲିବ । ଏହାପରେ ୨୬ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୨୭ ତାରିଖରେ ଅବପାତର ରୂପ ନେବ ।: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମରେ ଗତି କରିବା ସହିତ ସେପ୍ଟେମ୍ବର ୨୭ ତାରିଖ ରାତି ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳି ୩୦ ତାରିଖରେ ଉତ୍ତର ବଙ୍ଗୋପସଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
ଓଡ଼ିଶା ଆଡକୁ ଆସୁଛି ୩ଟି ଲଘୁଚାପ! ଦଶହରାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
|
September 25, 2025 |



