ଓଡ଼ିଶା ଅର୍ଥନୀତି ଓ  କରୋନା ମହାମାରୀ

Spread the love
ଭୁବନେଶ୍ୱର, ୦୬/୦୭ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୪ର୍ଥ ଅନ୍ ଲାଇନ୍ ଭାଷଣମାଳା ଇ  ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଆୟୋଜିତ ହେଇଯାଇଅଛି ।ଏଥିରେ ଓଡିଶା ଅର୍ଥନୀତି ସଙ୍ଗଠନର ସମ୍ପାଦକ ତଥା ନାଇଜର୍ ଭୁବନେଶ୍ୱର ର ପ୍ରଫେସର୍  ଅମରେନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଶା ଅର୍ଥନୀତିରେ କୋଭିଡ୍ -୧୯ ର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମସ୍ତ କ୍ଷେତ୍ର କୋଭିଡ୍ ର ପ୍ରଭାବ ରହିଛି ।ଓଡିଶା ଅର୍ଥନୀତିର ବର୍ତ୍ତମାନ ସ୍ଥିତି, ବିଭିନ୍ନ ଗବେଷଣା ସଂସ୍ଥାମାନଙ୍କ ଦ୍ୱାରା ପ୍ରଦତ୍ତ  ଭବିଷ୍ୟତର ଆକଳନ  ଏବଂ ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ଅନୁଷ୍ଠାନ ତଥା ଦେଶମାନଙ୍କ ଦ୍ୱାରା ଅନୁସୃତ ସମାଧାନ ର ଉପାୟ ଉପରେ ଆଲୋଚନା ହେଇଥିଲା ।ସ୍ୱାୟତ୍ତ  ସଂସ୍ଥା ଜରିଆରେ କ୍ଷୁଦ୍ର ଏବଂ କୁଟୀର ଶିଳ୍ପର ପ୍ରୋତ୍ସାହନ ଏବଂମହାତ୍ମାଗାନ୍ଧି ନରେଗା ଯୋଜନାର ସଫଳ ଋପାୟନ ମାଧ୍ୟମରେ ଏହି ସମସ୍ୟାରୁ କିଛିକାଂଶରେ ସମାଧାନ କରାଯାଇପାରେ । ଭାରତର ବିଭିନ୍ନ ପ୍ରାନ୍ତରୁ ଯୁବପିଢିଗଣ ଏଥିରେ ଯୋଗଦେଇଥିଲେ ।ପ୍ରାରମ୍ଭରେ ସ୍ୱାତି ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବିଶ୍ୱଶ୍ରୀ ଦାଶଙ୍କ ନେତୃତ୍ୱରେ ଶାବେରୀ ଗ୍ରୁପ୍ ର ସଦସ୍ୟଗଣ  ସନ୍ଦିପ ପଣ୍ତା,ସତ୍ୟସ୍ନିଗ୍ଧା ଦାଶ, ଅର୍ଣ୍ଣପୂର୍ଣା ରାଉତ ସଭା ସଂଯୋଜନା ତଥା ପରିଚାଳନା  କରିଥିଲେ। ଅନୁଷ୍ଠାନର ଖୋର୍ଦ୍ଧା ଜିଲ୍ଲ ସଭାପତି ରମଣ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ମନୀଷା ମହାରଣା ଧନ୍ୟବାଦ ଅର୍ପଣକରିଥିଲେ । ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନାକରାଯାଇଥିଲା ।//Report-Manas Rout

Related Posts

About The Author

Add Comment