ଓଡ଼ିଶାରେ ପୁଣି ଚିଟଫଣ୍ଡ ଠକେଇ

Spread the love

ସୁନ୍ଦରଗଡ଼ ତା:୨୮/୨/୨୦୨୬(ସନ୍ଧାନ ନ୍ୟୁଜ) ଓଡ଼ିଶାରେ ପୁଣି ଥରେ ସାମ୍ନାକୁ ଆସିଛି ଏକ ବଡ଼ ଧରଣର ଆର୍ଥିକ ଠକେଇ। ଝାଡ଼ଖଣ୍ଡର ଏକ ସଂସ୍ଥା ଓଡ଼ିଶାର ନିରୀହ ଜମାକାରୀଙ୍କ କଷ୍ଟଲବ୍ଧ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କଲା। ଆଉ ଯେତେବେଳେ ଟଙ୍କା ଫେରସ୍ତ କରିବା ସମୟ ଆସିଲା, କାର୍ଯ୍ୟାଳୟରେ ତାଲା ପକାଇ ରାତିାରାତି ଛୁ’ ମାରିଲେ ସଂସ୍ଥାର କର୍ମକର୍ତ୍ତା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାର କୁତ୍ରାରେ ୨୦୧୮ ମସିହାରେ ଅଫିସ ଖୋଲା ହୋଇଥିବା ବେଳେ ୨୦୨୧ ମସିହାରେ ସବଡେଗା ଖୋଲାଯାଇଥିଲା ହେଲେ ଟଙ୍କା ଫେରସ୍ତ ସମୟରେ ଏବେ ଅଫିସ ବନ୍ଦ କରି ଅଫିସ କର୍ମଚାରୀ ଫେରାର ମାରିଥିବା ଜଣାପଡିଛି। ଏହି ସଂସ୍ଥା ଝାଡ଼ଖଣ୍ଡ ବିକାଶ ମ୍ୟୁଚୁଆଲ ଫଣ୍ଡ ବେନିଫିଟ ନିଧି ଲିମିଟେଡ ରହିଛି ।ସାଧାରଣ ଲୋକଙ୍କୁ ମାସିକ କିସ୍ତି  ଏବଂ ସ୍ଥାୟୀ ଜମା ଉପରେ ବ୍ୟାଙ୍କଠାରୁ ଅଧିକ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଓଡ଼ିଶାର ବିଭିନ୍ନ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଏହି ସଂସ୍ଥା ନିଜର ଜାଲ ବିଛାଇଥିଲା। ଏଭଳୀ କିଛି  ଘଟଣା ସବଡେଗା ବ୍ଲକର କୁରୁମକେଲ ପଞ୍ଚାୟତ ରୁନିପାନି ଗ୍ରାମରେ ଦେଖିବାକୁ ମିଳିଛି । ୧୫ ବର୍ଷ ପରେ ମଧ୍ୟ ଟଙ୍କା ପ୍ରିମିୟମ ପୁରଣ  ହେଲା ପରେ ମଧ୍ୟ ଲୋକଙ୍କୁ ମିଳିପାରି ନାହିଁ । ଏ ସବୁକୁ କେ ଅଞ୍ଚଳବାସୀ ନେତୃତ୍ୱ ନେଇଥିବା ଏଜେଣ୍ଟ ଘରକୁ ଯାଇ ତାଙ୍କୁ କରିଥିବା ସହିତ  ସମୟରେ ଟଙ୍କା ଫେରସ୍ତ ନ ହେଲେ ଥାନାରେ ଏତଲା ଦେବାପାଇଁ ସୂଚନା ଦେଇଥିଲେ ।୨୦୨୬ ମସିହା ସୁଦ୍ଧା ଅନେକ ସାଇବର ଏବଂ ଆର୍ଥିକ ଠକେଇ ମାମଲା ସାମ୍ନାକୁ ଆସୁଥିବା ବେଳେ, ଏହି ନିଧି ସଂସ୍ଥାର ଠକେଇ ପୁଣି ଥରେ ପୁରୁଣା ଚିଟଫଣ୍ଡ ସ୍ମୃତିକୁ ତାଜା କରିଦେଇଛି।

Related Posts

About The Author

Add Comment