ଭୁବନେଶ୍ୱର , ୧୬/୦୮/୨୦୨୦ (ସନ୍ଧାନ ନିଉଜ) – ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଏବଂ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ର ଓ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟୋଗରେ ‘ ଓଡ଼ିଶାରେ କ୍ଷୁଦ୍ରଶସ୍ୟ। ଜାତୀୟ ଫସଲରେ କୃଷି ଯାନ୍ତ୍ରୀକରଣର ଅଗ୍ରତି ଶୀର୍ଷକ ଆଲୋଚନାଚକ୍ର ଭଚୁଆଳ, କନ୍ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଭୋପାଳସ୍ଥିତ କେନ୍ଦ୍ରୀୟ କୃଷି ଯାନ୍ତ୍ରିକ ଅନୁଷ୍ଠାନରୁ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ମହାରାଣୀ ଦିନ୍, କୃଷି ସଂପ୍ରସାରଣ ଅଧକ୍ଷା ପ୍ରଫେସର ଲଳିତମୋହନ ଗଡନାୟକ, ବିଶ୍ବବିଦ୍ୟାଳୟର ପରିଚାଳନା ବୋର୍ଡ ସଦସ୍ୟ ସୁରେଶ ଚନ୍ଦ୍ର ପଟ୍ଟନାୟକ, କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା, ଜିଲ୍ଲା ଉପକୃଷି ନିର୍ଦ୍ଦେଶକ ଦାମୋଦର ସେଠୀ, ନାବାର୍ଡ ଡିଡିଏମ ସ୍ମତିରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷୁଦ୍ରଶସ୍ୟ ଜାତୀୟ ଫସଲର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ ପ୍ରୋଗ୍ରାମର ସରକାରୀ ନୋଡାଲ ଅଧୁକାରୀ ନୀଳମାଧବ ଦାସ, ଅଶ୍ବିନୀ ଦାସ ତଥା ଜିଲ୍ଲାର ଅନେକ ବେସରକାରୀ ସଂସ୍ଥାର ପଦାଧିକାରୀ ଓ ଅଗ୍ରଣୀ ଚାଷୀମାନେ ଅଂଶ ଗ୍ରହଣ କରି ଜିଲ୍ଲାରେ ମିଶନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ କିଛି ବର୍ଷ ମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସୁହାଇଲା ଭଳି ବିକଶିତ ହୋଇଥିବା ଅନେକ ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତି ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସଂଘମିତ୍ରା ପଟ୍ଟନାୟକ ଓ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଦୀପକ କୁମାର ମହାନ୍ତିଙ୍କ ଦ୍ବାରା ପରିଚାଳିତ ହୋଇଥିଲା ।
ସମ୍ପ୍ରତି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପ୍ରକଳ୍ପ ପକ୍ଷରୁ ଓୟୁଏଟି ମାଣ୍ଡିଆ ଅମଳ ଓ ସଫା କରିବା ଯନ୍ତ୍ର ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ସାରିଛି ଓ ପ୍ରକଳ୍ପ ପକ୍ଷରୁ ସୁଆଁ ଅମଳଯନ୍ତ୍ର ଓ ଜହ୍ନି ଅମଳ ଯନ୍ତ୍ର, ମାଣ୍ଡିଆ, ସୁଆଁ, ଜହ୍ନି ଧାଡିରେ ବୁଣିବା ପାଇଁ ଏକ ବଳଦଟଣା ଚାରି ଦାଡିଆ ମଞ୍ଜି ବୁଣାଯନ୍ତ୍ର
ମଧ୍ୟ ବିକଶିତ କରାଯାଇଛି । ଏତଦ୍ବ୍ୟତୀତ ଏହି ସବୁ ଯନ୍ତ୍ରପାତିଗୁଡିକର ପ୍ରଚାର ଓ ପ୍ରସାର ପାଇଁ ମାଧ୍ୟମରେ ଚାଷୀଙ୍କୁ ଖବରକାଗଜ ତଥା ଦୂରଦର୍ଶନ ମାଧ୍ୟମରେ ଅବଗତ କରାଯାଉଛି।
ଉପରୋକ୍ତ ଦୁଇ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ପ୍ରକଳ୍ପ ପକ୍ଷରୁ ଅନେକ ତାଲିମ ଶିବିର, କ୍ଷେତ୍ର ପ୍ରଦର୍ଶନୀ, ଚାଷୀମେଳା ଓ ବୈଜ୍ଞାନିକ-କୃଷକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଗାମୀ ଦିନରେ ଓଡ଼ିଶା ମିଲେଟ୍ ମିଶନ ପ୍ରକଳ୍ପ ଜରିଆରେ ଜିଲ୍ଲାର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଅଧିକରୁ ଅଧିକ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି କ୍ଷୁଦ୍ରଶସ୍ୟ ଜାତୀୟ ଫସଲ ଚାଷର କାମଗୁଡିକ କମ୍ ପରିଶ୍ରମରେ, କମ୍ ସମୟରେ, ଅଳ୍ପ ଖର୍ଚ୍ଚରେ ସଂପାଦିତ ହେବା ସହ ଉତ୍ପାଦନ ବୃଦ୍ଧି ହୋଇ ଚାଷୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ସାତ ହେବ ମତପ୍ରକାଶ କରିଥିଲେ ।