ସୁନ୍ଦରଗଡ଼ ତା:୨୯/୧୨/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) କଠୋର ପରିଶ୍ରମର ଫଳ ଦିନେ ନା ଦିନେ ଲୋକଲୋଚନକୁ ଆସିଥାଏ । ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ଗମ୍ଭାରଡ଼ିହି ଗ୍ରାମର ବିନୟ ବିଶ୍ୱଭୂଷଣ ଦାସ ଓଡ଼ିଶାର ଓପିଏସସି ପରୀକ୍ଷାରେ ପ୍ରଥମ ସ୍ଥାନ
ଅଧିକାର କରି ନିଜ ରାଜ୍ୟ ସହିତ ନିଜ ଜିଲ୍ଲାର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରି ଗୌରବ ଆଣିଛନ୍ତି । ଜଣେ ମଧ୍ୟବିତ୍ତ ପରିବାରର ଛାତ୍ର ହୋଇ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ନିଜ ପରିବାର ସହିତ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଶ୍ରୀଯୁକ୍ତ ଦାସ ମେଟ୍ରିକ ପରୀକ୍ଷାରେ ଗିରିଙ୍ଗକେଲା ଉଚ୍ଚ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହେଲାପରେ ଭୁବନେଶ୍ୱରରେ +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେଲାପରେ ସମ୍ବଲପୁର ବୁର୍ଲା ଭିସୁଟ ରେ ନାମ ଲେଖାଇଲା ପରେ ନିଟରେ ପରୀକ୍ଷା ଶେଷ ହେବାପରେ ସେ ସିଭିଲ କାର୍ଯ୍ୟରେ ମନ ବୋଳାଇଥିଲେ । ଦୀର୍ଘ ଚାରିବର୍ଷର ଫଳ ଆଜି ତାଙ୍କୁ ଓଡିଶା ସ୍ତରରେ ଓପିଏସସି ପରୀକ୍ଷାର ସାଧାରଣ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛନ୍ତି ।ଏପରିପେକ୍ଷିରେ ତାଙ୍କ ପରିବାର ବର୍ଗ ସମେତ ସେ ପଢ଼ୁଥିବା ଗିରିଙ୍ଗକେଲା ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରଶଂସାର ପାତ୍ର ହେବା ସହିତ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।
ଓଡ଼ିଶାରେ ଓପିଏସସି ପରୀକ୍ଷାରେ ସୁନ୍ଦରଗଡ଼ର ଗୌରବ, ବିନୟ
|
December 31, 2021 |