ଓଡ଼ିଶାରେ ଏ ପର୍ଯ୍ୟନ୍ତ ଠାବ ହୋଇନି ବାର୍ଡ ଫ୍ଲୁ, ସ୍ଥିତିର ମୁକାବିଲା ଲାଗି ବିଏମସି ପ୍ରସ୍ତୁତ, ସେପଟେ ଅନେକ ରାଜ୍ୟରେ ମରୁଛନ୍ତି ହଜାର ହଜାର ପକ୍ଷୀ

Spread the love

ଭୁବନେଶ୍ଵର, ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଦେଶରେ କରୋନା ମହାମାରୀର ଭୟ କଟି ନଥିବା ବେଳେ ଏପଟେ ଆଉ ଏକ ସଂକଟ ସୃଷ୍ଟି ହୋଇଛି । ଦେଶର ଅନେକ ରାଜ୍ୟରେ ବ୍ଲାର୍ଡ ଫ୍ଲୁ ବ୍ୟାପିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶରେ ସ୍ଥିତି ସାଂଘାତିକ ହୋଇଥିବାରୁ ଆଲର୍ଟ ଜାରି କରାଯାଇଛି । ସେପଟେ କେରଳ ସରକାର ବାର୍ଡ ଫ୍ଲୁକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି । ଓଡ଼ିଶାରେ ଏ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଠାବ ହୋଇନାହିଁ।  ତେବେ ଚିଲିକାରୁ ପକ୍ଷୀଙ୍କ ମଳ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ଏପଟେ ଭୁବନେଶ୍ବରରେ ବାର୍ଡ ଫ୍ଲୁ ସ୍ଥିତି ସାମ୍ନା କରିବାକୁ ବିଏମ୍‌ସି ସଜାଗ ରହିଛି ।

ରାଜସ୍ଥାନ, କେରଳ, ହିମାଚଳ, ମଧ୍ୟପ୍ରଦେଶ, ହରିୟାଣା ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ । ଗୋଟିଏ ପଟେ ଏବେବି କରୋନାର ଡର ଥିବା ବେଳେ ଅନ୍ୟପଟେ ବାର୍ଡ ଫ୍ଲୁ ନୂଆ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି।  ସ୍ଥିତି ଗମ୍ଭୀର ହେଉଥିବାରୁ ଅନେକ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ହିମାଚଳ ପ୍ରଦେଶ କାଙ୍ଗଡ଼ାର ପ୍ରସିଦ୍ଧ ପଙ୍ଗ ଡାମ୍ ହ୍ରଦ ତଥା ନାଗ୍ରୋତା ସୁରିଆନ ବନାଞ୍ଚଳରେ ୧୮୦୦ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ହୋଇଛି । ପକ୍ଷୀମାନେ ସାଇବେରିଆ ଓ ମଙ୍ଗୋଲିଆରୁ ଆସିଥିବା ବେଳେ ବାର୍ଡ ଫ୍ଲୁ ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ପରେ ପଙ୍ଗ ଡ୍ୟାମର ୧୦ କିଲୋମିଟର ଅଂଚଳରେ ମାଂସ ଏବଂ ଅଣ୍ଡା ବିକ୍ରି ଉପରେ କଟକଣା ଲଗାଯାଇଛି ।

୨୫ଡିସେମ୍ବରରେ ପ୍ରଥମେ ରାଜସ୍ଥାନର ଝାଲାବାଦ୍ ଜିଲ୍ଲାରେ ଶହ ସହ ସଂଖ୍ୟାରେ କାଉ ମରିବା ଦେଖିବାକୁ ମିଳିଥିଲା । ମୃତ‌ ପକ୍ଷୀଙ୍କ ସାମ୍ପଲ ପରୀକ୍ଷା ପରେ H5N1  ଭାଇରସ୍ ନେଇ ସୃଷ୍ଟି ହୋଇଥିଲା । ଏବେ କୋଟା, ପାଲୀ, ଜୟପୁର, ର୍ବାରା ଏବଂ ଯୋଧପୁରରେ ମଧ୍ୟ ପକ୍ଷୀ ମରୁଥିବା ଦେଖୁକୁ ମିଳୁଛି । ସେପଟେ ହରିୟାଣାର ବରଲା ଅଞ୍ଚଳରେ ଗତ ଏକ ମାସ ଧରି  ରହସ୍ୟମୟ ଭାବରେ ମରୁଛନ୍ତି କୁକୁଡା । ଗୁଜରାଟର ଜୁନାଗଡର ଭିନ୍ନ ଭିନ୍ନ ସ୍ଥାନରେ ଏକାଧୂକ ପକ୍ଷୀ ମରୁଥିବାରୁ ବାର୍ଡ ଫ୍ଲୁ ନେଇ ଆଶଙ୍କା ଦେଖାଦେଇଛି । ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ମନ୍ଦସୌରରେ ସ୍ଥିତି‌ ଗମ୍ଭୀର ହେଉଥିବାରୁ ଚିକେନ୍ ଏବଂ ଅଣ୍ଡା ବିକ୍ରି ୧୫ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଭାରତରେ ମଧ୍ୟ H5N1 ବା ବାର୍ଡ ଫ୍ଲୁ ଭାଇରସ୍ ବ୍ୟାପିବାରେ ଲାଗିଛି । ଏବେ ସୁଦ୍ଧା ୧୭ଶହ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ସ୍ଥିତିର ଗମ୍ଭୀରତା ଦେଖି କେରଳରେ ହେଲୁ ଏମରଜେନ୍ସି ଜାରି କରାଯାଇଛି । ହେଲେ ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଠାବ ହୋଇନାହିଁ । ଏବେ ଚିଲିକାକୁ ଶହ ଶହ ବିଦେଶାଗତ ପକ୍ଷୀ ଆସୁଥିବାରୁ ବାର୍ଡ ଫ୍ଲୁ ଭୟ ରହିଛି । ଏହାକୁ ଆଖୁ ରଖୁ ପକ୍ଷୀଙ୍କ ମଳ ସାମଲ ନଖରା ପରୀକ୍ଷାଗାରକୁ ପଠାଯାଇଛି । କାଲି ପକ୍ଷୀଙ୍କ ସ୍ବାବ ଓ ରକ୍ତ ନମୁନା ସଂଗ୍ରହ ହେବ। ଅଧୂକ ପରୀକ୍ଷା ନିରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯିବ। ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଓୟୁଏଟି ଡାକ୍ତର ପରାମର୍ଶ ଦେଇଛନ୍ତି । ଭୁବନେଶ୍ବରରେ ଏଯାଏ ବାର୍ଡ ଫ୍ଲୁ ପ୍ରମାଣ ମିଳିନାହିଁ । ସେମିତି କିଛି ପରିସ୍ଥିତି ସୃଷ୍ଟି ହେଲେ ଭେଟନାରୀ ବିଭାଗ ସହ‌ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

Related Posts

About The Author

Add Comment