ଓଡ଼ିଆ ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକଙ୍କ ପରଲୋକ

Spread the love

ଖୋର୍ଦ୍ଧା, ୧୬/୧୧ (ସନ୍ଧାନ ନିଉଜ) : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକଙ୍କର ପରଲୋକ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ପ୍ରେମାନନ୍ଦ ତାଙ୍କ ଶ୍ୱଶୁର ଘର ନିରାକାର ପୁର ଯାଇଥିଲେ। ସେଠୁ ଟ୍ରେନ୍‌ରେ ଘରକୁ ଫେରୁଥିଲାବେଳେ ବାଟରେ ତାପଙ୍ଗ ଷ୍ଟେସନ ପାଖ ନରଣଗଡ଼ ନିକଟରେ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ କାମ କରିଛନ୍ତି। ଏହା ବ୍ୟତୀତ ଅନେକ ଡ୍ରାମା ଓ ନାଟକର ସଂଳାପ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

Related Posts

About The Author

Add Comment