ବଲାଙ୍ଗୀର,୨୫/୨(ସନ୍ଧାନ ନିଉଜ) : ଆଜି ଥିବା ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଲିଛି। ଏହା ବଲାଙ୍ଗିର ଜିଲ୍ଲାରେ ଭାଇରାଲ ହୋଇଥିବାଜଣାପଡ଼ିଛି। ସୂଚନାଯୋଗ୍ୟଯେ, ପୂର୍ବରୁ ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏବେ କୁହାଯାଉଛିଯେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୫ମିନିଟ୍ ପରେ ପ୍ରଶ୍ନପତ୍ର ଲିକ୍ ହୋଇଛି। କେବଳ ବଲାଙ୍ଗୀର ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ଆସୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରଶ୍ନପତ୍ର।
(ଓଡ଼ିଆ ପୁଅ)