ଓଡ଼ିଆ ଐତିହାସିକ କେଦାରନାଥ ମହାପାତ୍ର
କେଦାରନାଥ ମହାପାତ୍ର, ଜଣେ ଓଡ଼ିଆ ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ଵ ବିଶାରଦ ଥିଲେ । ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଉପରେ ସେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଚଉଷଠି ଯୋଗିନୀ ମନ୍ଦିରକୁ ଲୋକଲୋଚନକୁ ଆଣିବାର ଶ୍ରେୟ କେଦାରନାଥଙ୍କୁ ହିଁ ଯାଏ ।
ଜୀବନ
କେଦାରନାଥ ୧୯୧୧ ମସିହା ଅକ୍ଟୋବର ୨୮ ତାରିଖରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ବାପା ଗୋପୀନାଥ ମହାପାତ୍ର ଓ ମାଆ ରାଧିକା ଦେବୀଙ୍କର ସେ ଥିଲେ ପ୍ରଥମ ସନ୍ତାନ । ଆରମ୍ଭରେ ସେ ଭୁବନେଶ୍ୱରରେ ହିଁ ପାଠ ପଢ଼ିଥିଲେ କିନ୍ତୁ ପରେ ୧୯୨୫ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ସେ ଖୋର୍ଦ୍ଧା ଯାଇଥିଲେ । ସେ ଭୁବନେଶ୍ୱରର ପ୍ରଥମ ସ୍ନାତକ ଅଟନ୍ତି ।
୧୯୩୦ ମସିହାରେ ଯଶୋଦା ଦେବୀଙ୍କ ସହ କେଦାରନାଥଙ୍କ ବିଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମୟକ୍ରମେ ଚାରିଜଣ ପୁଅ ଓ ଜଣେ ଝିଅ ଜାତ ହେଲେ ।
୧୯୩୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସ ବିଷୟରେ ହନର୍ସ ନେଇ ସ୍ନାତକ ପାସ ହୋଇଥିଲେ । ୧୯୩୫ ମସିହାରେ ସେ ଶିକ୍ଷକଙ୍କ ପାଇଁ ଥିବା ଏକ ଟ୍ରେନିଂ ନେଇଥିଲେ । କଟକସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ ମସିହାରେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଠ ବର୍ଷ ଶିକ୍ଷକତା କରିବା ପରେ, ୧୯୪୩ ମସିହାରେ ସେ କଳାହାଣ୍ଡିଠାରେ ରାଜା ପ୍ରତାପ କେଶରୀ ଦେଓଙ୍କଦ୍ଵାରା ଖୋଲିଥିବା ପ୍ରାଚୀନ ସଂସ୍କୃତି ଗବେଷଣା କେନ୍ଦ୍ରରେ ଯୋଗ ଦେଇଥିଲେ । ଏଠାରୁ ତାଙ୍କର ଗବେଷକ ଜୀବନ ଆରମ୍ଭ ହୋଇଥିଲା । ୧୯୫୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ କାର୍ଯ୍ୟ କରି, ଅନେକ ପ୍ରାଚୀନ ପୋଥି, ମନ୍ଦିର, ଦେବ ପ୍ରତିମା, ଶିଳାଲେଖ ଇତ୍ୟାଦି ଉଦ୍ଧାର କରିଥିଲେ । ଗଡ଼ଜାତ ସମ୍ମିଶ୍ରଣ ପରେ, ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ତ୍ଵବିତ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଚଉଷଠି ଯୋଗିନୀ ଭଳି ବହୁ ପୁରାତନ ମନ୍ଦିରକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ଓ ସେଗୁଡିକର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିଥିଲେ ।
୧୯୮୧ ଅପ୍ରେଲ ୨୦ତାରିଖରେ କେଦାରନାଥଙ୍କ ନିଧନ ଘଟିଥିଲା । ବିନ୍ଦୁସାଗର କୂଳରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ତାଙ୍କ ସ୍ମୃତି ବହନ କରି, ପ୍ରତ୍ନତତ୍ତ୍ଵ ଓ ଇତିହାସର ଗବେଷଣା ଦିଗରେ କାର୍ଯ୍ୟ କରୁଛି ।
ସାହିତ୍ୟକୃତି
କେଦାରନାଥଙ୍କ ସ୍ମୃତିରେ ପୁରୁଣା ଭୁବନେଶ୍ୱରରେ ବିନ୍ଦୁସାଗର ପାଖରେ ସ୍ଥାପିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ
କେଦାରନାଥ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରତ୍ନତତ୍ତ୍ଵ, ଇତିହାସ, ଧର୍ମ ଓ ସଂସ୍କୃତି ସମ୍ପର୍କିତ ବହୁ ପ୍ରବନ୍ଧ ଓ ପୁସ୍ତକ ରଚନା କରିଯାଇଛନ୍ତି ।
-
ଖୁରଧା ଇତିହାସ
-
ଖାରବେଳ
-
ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ
-
ଶ୍ରୀ ଜଗନ୍ନାଥ ସଂସ୍କୃତିର କ୍ରମବିକାଶ
-
ପୋଥି ଓ ପଥର
-
ଧଉଳି(ତୋଶାଳି)ର ଇତିହାସ
-
The Jagannatha temples in eastern India
-
A descriptive catalogue of Sanskrit manuscripts of Orissa in the collection of the Orissa State Museum
-
Little known aspects of Orissan culture
-
Jyotisha and Gaṇita manuscrits
-
Smṛti manuscrits
-
Purāṇa manuscrits
-
History of Orissa: Bhauma Kings of Orissa
-
Orissa Culture
କେଦାରନାଥଙ୍କ କାମ ଓ ଅବଦାନ ଉପରେ ରଚିତ ପୁସ୍ତକ
-
ଐତିହାସିକ କେଦାରନାଥ – ନୀଳମଣି ମିଶ୍ର
-
ଐତିହାସିକ କେଦାରନାଥ ମହାପାତ୍ର – ଉଦୟନାଥ ସାହୁ
-
Kedarnath : the historian by Rabinārāẏaṇa Dāśa
-
Souvenir on late K.N. Mahapatra = Kedāranātha-smaraṇikā
Collection by Manas Rout
Related Posts
About The Author