ଓଏପିଏଫଙ୍କୁ ଥାନାଧିକାରୀଙ୍କ ଦୃବ୍ୟବହାର ଘଟଣା :ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦେଶ

Spread the love

ଯାଜପୁର,୨୧ /୨(ସନ୍ଧାନ ନିଉଜ) : ବହୁଚର୍ଚ୍ଚିତ ପାଣିକୋଇଲି ଟୋଲଗେଟରେ ଜଣେ କାର୍ଯ୍ୟରତ ଓଏପିଏଫ କର୍ମଚାରୀକୁ ଜାତିଆଣ ଆକ୍ଷେପ କରି ପୂର୍ବରୁ ବହୁ ବାଦ ବିବାଦରେ ଛନ୍ଦି ହୋଇଥିବା ଯାଜପୁର ରୋଡ ଥାନାଧିକାରୀ ଅମିତାଭ ମହାପାତ୍ର ବିବାଦ ଘେରକୁ ଆସିଥିଲେ | ସୂଚନା ଥାଉକି ଗତ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୭ ଟା ସମୟରେ ଜୈନିକ ଓଏପିଏଫ କର୍ମଚାରୀ ରବୀନ୍ଦ୍ର ପୂର୍ତ୍ତିଙ୍କୁ ପାଣିକୋଇଲି ଟୋଲଗେଟରେ ନିୟୋଜିତ କରାଯାଇଥିଲା | କେବେଳ ଆମ୍ବୁଲାନ୍ସ ପାଇଁ ଉଦିଷ୍ଠ ଲେନରେ ସାଧା ପୋଷାକରେ ଏକ ଘରୋଇ ଗାଡି ମାଧ୍ୟମରେ ଯାଜପୁରରୋଡ ଥାନାଧିକାରୀ ଅମିତାଭ ମହାପାତ୍ର ଯାଉଥିବାବେଳେ ରବୀନ୍ଦ୍ର ଏହାକୁ ବିରୋଧ କରିଥିଲେ | ହେଲେ ଶ୍ରୀ ମହାପାତ୍ର ଓଏପିଏଫ ରବୀନ୍ଦ୍ରଙ୍କ ଜାତିଆଣ ଆକ୍ଷେପ କରିବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରି ମାଡ ମାରିବାକୁ ପ୍ରୟାସ କରୁଥିବା ରବୀନ୍ଦ୍ର ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ | ହେଲେ ପାଣିକୋଇଲି ଥାନାଧିକାରୀ ଅଭିଯୋଗ ଗ୍ରହଣ ନକରିବାରୁ ସେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଓଡିଶା ପୋଲିସ ଅନଲାଇନ ୨୪୫୦୩୦୭୩୦୭୧୮୦୦୦୦୬ ନମ୍ବରରେ ଅଭିଯୋଗ ପଞ୍ଜିକରଣ କରିଥିଲେ | ତେବେ ପାଣିକୋଇଲି ଥାନା ପକ୍ଷରୁ ଅଭିଯୋଗ ପଞ୍ଜିକରଣ ହୋଇନଥିଲା | ଏହାପରେ ୧୭/୧/୨୦୧୯ ଦିନ ରବୀନ୍ଦ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ | ସେ ଏଥିରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ , ଡିଜି ପୋଲିସ , ଏସପି ଯାଜପୁର , ଆଇଆଇସି ପାଣିକୋଇଲିଙ୍କୁ ପକ୍ଷ ଭୁକ୍ତ କରିଥିଲେ | ତେବେ ଏନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି | ଏହି ମର୍ମରେ ଗତ ୧୯/୨/୨୦୧୯ ରେ ସିଆର୍ ଏଲ୍ ଏମ୍ ପି ୯୦/୨୦୧୯ ମାମଲାର ଶୁଣାଣି ହୋଇଛି | ଏହି ମାମଲାରେ ଯଦି ପାଣିକୋଇଲି ଥାନାରେ ଯଦି ମାମଲା ରୁଜୁ ହୋଇଛି ତେବେ ଯାଜପୁରରୋଡ ରୋଡ ଥାନାଧିକାରୀ ଅମିତାଭ ମହାପାତ୍ରଙ୍କୁ ତୁରନ୍ତ ଗିରଫ କର , ଆଉ ଯଦି ମାମଲା ରୁଜୁ ହୋଇନାହିଁ ତେବେ କୋର୍ଟଙ୍କ ନିର୍ଦେଶ ପାଇବାର ୧୫ ଦିନ ମଧ୍ୟରେ ମାମଲା ରୁଜୁ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି | ଏଭଳି ସ୍ତିତିରେ ପାଣିକୋଇଲି ପୋଲିସର ପାରିବା ପଣିଆ ଉପରେ ଲୋକେ ଆଙ୍ଗୁଠି ଉଠେଇଲେଣି ତେବେ ପାଣିକୋଇଲି ପୋଲିସ ହାଇକୋର୍ଟଙ୍କ ନିର୍ଦେଶକୁ କେତେଦୂର ସମ୍ନାନ ଦେଉଛି ତାହା ଦେଖିବାକୁ ବାକିରହିଲା | ଏଠାରେ ସୂଚନା ଯୋଗ୍ୟ ଇତି ମଧ୍ୟରେ ଅମିତାଭ ମହାପାତ୍ରଙ୍କର ଭୁବନେଶ୍ୱର ଖାରବେଳ ନଗର ଥାନାକୁ ବଦଳି ନିର୍ଦେଶ ହୋଇଛି |

Report Kulamani Pradhan, Jajpur

Related Posts

About The Author

Add Comment