ପ୍ରଫେସର୍ ଡ. ଜଗନ୍ନାଥ ପଟ୍ଟନାୟକ ଓଡିଶାର ଜଣେ ଖ୍ୟାତନାମା ଗବେଷକ-ଐତିହାସିକ, ଶିକ୍ଷାବିତ୍ ଓ ସାରସ୍ୱତ ସାଧକ । ଇତିହାସ ବିଷୟ ଉପରେ ଆଧାରିତ ଗୁଡିଏ ଗବେଷଣାଧର୍ମୀ ପୁସ୍ତକର ସେ ସଫଳ ରଚୟିତା । ତାଙ୍କର ଆଦ୍ୟ ରଚନା ଥିଲା’ୱାର୍ଲ୍ଡ ହିଷ୍ଟ୍ରି’ । ଏହି ପୁସ୍ତକ ସମସାମୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଛାତ୍ର – ଛାତ୍ରୀ, ଗବେଷକ ଛାତ୍ର ତଥା ଅଧ୍ୟାପକମାନଙ୍କ ପାଇଁ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇଥିଲା ଏବଂ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା । ଇଂରେଜୀ ଭାଷାରେ ତେରଟି ଏବଂ ଓଡିଆରେ ଏଗାରଟି ଇତିହାସ ପାଠ୍ୟପୁସ୍ତକ ସେ ରଚନା କରିଥିଲେ । ‘ବିପ୍ଲବୀ ଧରଣୀଧର’, ‘ଇତିହାସ ପୃଷ୍ଠାରେ ପିପିଲି’, ‘ଓଡିଶାରସ୍ୱାଧିନତା ଆନେ୍ଦାଳନ’, ‘ଲ୍ୟାଣ୍ଡ୍ ମାର୍କସ୍ ଅଫ୍ କୁଇଟ୍ ଇଣ୍ଡିଆ ମୁଭ୍ମେଂଟ ଇନ୍ ଓଡିଶା’ ଆଦି ତାଙ୍କର ଳ୍ଲ୍ଖନୀୟ କୃତି । ଜଣେ ସାରସ୍ୱତ ସାଧକ ଓ ଏକାଧିକ ପତ୍ରିକାର ସଂପାଦକ ଭାବେ ତାଙ୍କର ସୁଖ୍ୟାତି ଥିଲା । ‘ବିଶ୍ୱ ଓଡିଆ ସମ୍ମିଳନୀ ସ୍ମାରକୀ ଗ୍ରନ୍ଥ’, ‘ସୃଜନୀ’, ‘ପଲ୍ଲୀଭୂଇଁ’ ଆଦିର ସେ ସଂପାଦନା ଦାଯିତ୍ୱ ତୁଲାଇଥିଲେ । ଜଣେ ବରିଷ୍ଠ ଶିକ୍ଷାବିତ୍ ଭାବେ ପ୍ରଫେସର୍ ପଟ୍ଟନାୟକ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ଓଡିଶା ଇତିହାସ କଂଗ୍ରେସର ସଭାପତି ଓ ସଂପାଦକ ତଥା ଭାରତ ଇତିହାସ କଂଗ୍ରେସର ସଭ୍ୟ ଓ ଉପଦେଷ୍ଟା ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ରାଧାବଲ୍ଲଭପୁରରେ ପ୍ରଫେସର ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲେଜ୍ର ଇତିହାସ ବିଭାଗ ଅଧ୍ୟାପକ ଭାବେ ତାଙ୍କ କର୍ମମୟ ଜୀବନ ଆରମ୍ଭ ହୋଇଥିଲା ଏବଂ ୧୯୯୩ ରେ ଉକôଳ ବିଶ୍ୱବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ନେଇଥିଲେ । ‘ରକ୍ତତୀର୍ଥ ଇରମ’ ପୁସ୍ତକ ପାଇଁ ୧୯୯୨ ରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୦୨ ସେପ୍ଟେମ୍ବର ଆଜିର ଦିନରେ ଏହି ପ୍ରଖ୍ୟାତ ଐତିହାସିକଙ୍କ ପରଲୋକ ହୋଇଥିଲା ।
ଐତିହାସିକ ଜଗନ୍ନାଥ ପଟ୍ଟନାୟକ
|
September 23, 2019 |


