
ଲିଙ୍ଗରାଜ ପଣ୍ଡା ,ବାରିପଦା
ଜଳ ପବନରେ ପିଣ୍ଡକୁ ଗଢିଛି
ଦେହ ଅଟେ ଘୋର ବନ
ପ୍ରକୃତି ଶରୀର ପ୍ରେମେ ବଳିଆର
ଏହାର ବା କେତେ ଜ୍ଞାନ || ୧ ||
ନର ଦେହେ ମୋତେ ଜାତକରି ପ୍ରଭୁ
ରବି ତଳେ ଅଛି ରଖି
ଆସିବା ବେଲରେ କର କପାଳରେ
ଯାହା ଦେଇଅଛି ଲେଖା ||୨||
ସେହିକଥା ଏବେ ସମ୍ପତ୍ତି ବିପରି
ଅଛି ପରା ବେନିମତ
ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ
କେତେ ମିଛ କେତେ ସତ ||୩||
ପ୍ରଭୁ ଜଗନ୍ନାଥ ମୋର କି ଆୟତ
ସଂସାର- ସାଗର ଅଛି
ବିପରି ଲେଖାକୁ ବିଯୋଗ ଭାଷାକୁ
ପ୍ରଭୁ ଯେବେ ଦେବ ପୋଛି ||୪||
ତେବେ ସିନା ଏହୁ ପିସ୍ତେ ପ୍ରାଣଥିବା
କର୍ତ୍ତାକୁ ଭେଟିବାଯାଏ
ଏହି ଦେହେ ଯେବେ ଦର୍ଶନ ପାଇବି
ତୋଟିବ ମନୁ ସଂଶୟେ ||୫||
ଘଟ ଜଗିଅଛି ଘାତ କରିବାକୁ ।
ଘଟ ଯେବେ ଭାଙ୍ଗିଯିବା
ପ୍ରଭୁଙ୍କ ଦର୍ଶନ କରିବାର ଯାଏ
କି ପ୍ରକାରେ ପିଣ୍ଡଥିବ ||୬||
ଏଥକୁ ଚାହିଁ ବିଚାର ମହାବାହୁ
ଯେଉଁରୂପେ କ୍ଷମା ହୁଏ ।
ଅନ୍ତର୍ଯ୍ୟାମୀ ପ୍ରଭୁ ପ୍ରତ୍ୟକ୍ଷେ ତ ଜାଣ
ଜନ୍ମ ମରଣର ନ୍ୟାୟ ||୭||
ଆଗତ ନିୟତ ଭୂତ ଭବିଷ୍ୟତ
ପ୍ରଭୁ ସିନା ସବୁ ଜାଣ
ଆଜ୍ଞା ହେଲେ ସିନା ଏ ପିଣ୍ଡ ରହିବା
ଥୋଇଥିବ ଯେତେଦିନ ||୮||
ଅକାଳ ବିପରି ପକାଅନା କାଟି
ସାମରଥ ଅଟ ପ୍ରଭୁ
ନ ଜାଣିଲା ପ୍ରାଏ ବୋଲୁଅଛି ମୋତେ
ଟିଆ ପରିଯନ୍ତେ ଥିବୁ ||୯||
ଗୁରୁ କୃପା କଲେ ଏ ଦେହ ରହିବା
ଅନ୍ୟରେ ନୁହଇ କିଛି
ଚାରିଯୁଗ ପଛେ ବହି ଯାଉଅଛି
ଆଜ୍ଞାମାତ୍ର ଏକା ଅଛି ||୧୦||
ଆଜ୍ଞାରେ ଯେମନ୍ତେ ଏପିଣ୍ଡ ବ୍ରହ୍ମାଣ୍ଡ
ହେଉଅଛି ଆୟ ବ୍ୟୟ
କୃପା ନୟନରେ ଚାହିଁଥିବ ଯେବେ
ଏ ପିଣ୍ଡ ନୋହିବ କ୍ଷୟ ||୧୧||
ଦୁର୍ଲଭ ଜନମ ମନୁଷ୍ୟ ଶରୀର
ସଂସାରରେ କଲା ସାର
କିମ୍ପାଇ କାଳ ମରଣେ ପକାଇଛି
ଅନ୍ତର୍ଯ୍ୟାମୀ ଅଣାକାର ||୧୨||
ସିଦ୍ଧ ବ୍ରହ୍ମବାଣୀ ସତ୍ଯାଦି ବଚନ
ଚାରି ଯୁଗେ ଯେବେ ଥିବା
ପ୍ରଭୁ ଦୟା ହେଲେ ପାପ କାଳଶର
ନିଷ୍କାମରେ ଛିଡିଯିବ ||୧୩||
ହାନି ଲାଭ କଥା ଯାହା ହେଉଅଛି
ନ ଜାଣ କି ପ୍ରଭୁ ତୁହି
ଅନ୍ତର୍ଯ୍ୟାମୀ ପ୍ରଭୁ ଭୂତ୍ଯର ଗୁହାରି
ବୁଝିବ ଯେମନ୍ତେ ନାହିଁ ||୧୪||
ଆତଙ୍ଗ ଫେଡନ- ଦୁଃଖୀ ଜୀବ- ଧନ
ନିରେଖ- ପରାଣୀ ବନ୍ଧୁ
ଏ ମାୟା କୁହୁଡି ପ୍ରକାଶି ଦିହୁଡି
ପାରିକର ଭବସିନ୍ଧୁ ||୧୫||
Related Posts
About The Author
Add Comment