ଭୁବେନେଶ୍ବର, ୦୫.୦୧.୨୦୨୧(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): – କୁହାଯାଏ ଏଠାରେ ସମସ୍ତଙ୍କ ପାଇଁ ଆଇନ ଗୋଟିଏ ପ୍ରକାରର । ଯେତେ ବେଡ ଲୋକ ହେଲେ ବି ବେଆଇନ କାମ କଲେ ଦଣ୍ଡ ପାଇବ । ମାତ୍ର ବେଳେ ବେଳେ ଏହା ଡେରିରେ ହୁଏ ବା ଆଦୌ ହୁଏ ନାହିଁ । ଜଗତର ନାଥ ଜଗନ୍ନାଥଙ୍କର ସମସ୍ତ କାର୍ଯ୍ୟ ନୀତି ନିୟମ ଅନୁସାରେ ହେଲା । ପୁରୀବାସୀ ବି ନିୟମ ମାନି ନିଜ ଓ୍ୱାର୍ଡଓ୍ୱାରୀ ବା ପାଳି ଅନୁସାରେ ଦର୍ଶନ କଲେ । ସେବାୟତଙ୍କ ପରିବାର ଲୋକ ବି ଦୀର୍ଘ ମାସର ବ୍ୟବଧାନ ପରେ ଦର୍ଶନ କଲେ । ହେଲେ ଓ୍ୱାର୍ଡଓ୍ୱାରୀ ଦର୍ଶନ କରିଥିବା ସମୟରେ ୪ ଜଣ ଏଏନ୍ଏମ୍ ନିୟମ ଭାଙ୍ଗି ଦର୍ଶନ କରିଥିଲେ । କଥା ଜଣା ପଡିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ସେତେବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ବି ଏମାନଙ୍କୁ ଭିତରକୁ ଛାଡି ଦେଇଥିଲେ । ସେମାନଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠଇଥିଲେ ବି କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ସେ ନେଇ ପ୍ରଶ୍ନ ଉଠିଛି । ହେଲେ ଘଟଣା ଦିନ ସତ୍ୟବାଦୀର ତହସିଲଦାର ଆସିଥିଲେ ଦର୍ଶନପାଇଁ । ସପତ୍ନିକ ଆସିଥିଲେ । ଯାଞ୍ଚବେଳେ ସେ ଯାଇ ପାରିବେନି ବୋଲି କୁହାଯାଇଥିଲା । ହେଲେ ସେ ନିଜ ପଦର ବ୍ୟବହାର କଲେ । ଜୋର ଜବରଦସ୍ତ ଦର୍ଶନ କଲେ । ସେଠାରେ ଥିବା ସୁରକ୍ଷା କର୍ମୀ କି ପୁଲିସ ଅଧିକାରୀ ତାଙ୍କୁ ରୋକିବା ପାଇଁ ସାହସ କରିପାରିଲେନି । ହେଲେ ଆଜିଯାଏଁ ଏପରି ଜୋର ଜବରଦସ୍ତ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ବି ହେଲାନି । ଅନେକ ପୁରୀ ବାସିନ୍ଦା ପରିଚୟ ପତ୍ର ନଥିବାରୁ ଦର୍ଶନ କରିପାରି ନାହାନ୍ତି । ହେଲେ ତାଙ୍କ କଥା ଶୁଣିବ କିଏ । ଆଇନ ଅନୁସାରେ ବିଧି ବ୍ୟବସ୍ଥ ଅନୁସାରେ ତାହା ବାଧ୍ୟତା ମୂଳକ । ଯଦି ଏଏନ୍ଏମ୍ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ତେବେ ତହସିଲଦାରଙ୍କ ବିରୋଧରେ କାହିଁକି ନୁହେଁ ।
ଏ କି ପ୍ରକାର ନ୍ୟାୟ, ଦୁଇ ପ୍ରକାର ନିୟମ- ନିୟମ ନମାନି ଜଗା ଦର୍ଶନରେ ୪ ଏଏନ୍ଏମ୍ ନିଲମ୍ବିତ ହେଲେ, ତହସିଲଦାରଙ୍କ ବିରୋଧରେ କିଛି ବି ହୋଇନି କାର୍ଯ୍ୟାନୁଷ୍ଠାନ
|
January 5, 2021 |
