ନୂଆଦିଲ୍ଲୀ, ୬/୧/୨୦୨୦ (ସନ୍ଧାନ ନିୟୁଜ) : ଆମେରିକୀୟ ସୈନିକମାନେ ଯଦି ଇରାକ୍ ଛାଡ଼ିବେ ତେବେ ସେଠାରେ ନିର୍ମାଣ ହୋଇଥିବା ଏୟାର୍ବେସ୍ ବାବଦ ଅର୍ଥ ବାଗଦାଦ୍କୁ ଦେବାକୁ ପଡ଼ିବ। ଇରାକ୍ର ସଂସଦ ଆମେରିକୀୟ ସୈନିକମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିବା ପରେ ଏହି ସର୍ତ୍ତ ରଖିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍।
ସମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି ଇରାକରେ ଆମର ଖୁବ୍ ବ୍ୟୟବହୁଳ ଏୟାର୍ବେସ୍ ଅଛି। ମୁଁ ଆସିବାର ବହୁ ଆଗରୁ ଏହାକୁ ନିର୍ମାଣ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେମାନେ ବ୍ୟୟବାବଦ ଅର୍ଥ ଭରଣା ନ କଲେ ଆମେ ସେଠାରୁ ହଟିବୁ ନାହିଁ। ସେ କହିଲେ ଇରାକ୍ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟଙ୍କୁ ଭଲରେ ଚାଲିଯିବାକୁ କହିନାହିଁ। ତେଣୁ ଆମେ ଏଭଳି କଟକଣା ଲାଗୁ କରିବୁ ଯାହା ସେମାନେ ପୂର୍ବରୁ କେବେ ଅଙ୍ଗେନିଭାଇ ନଥିବେ। ତାହା ଇରାନୀୟମାନଙ୍କୁ ତେଜହୀନ କରିଦେବ।