ଏହି ତିନିଜଣଙ୍କୁ ଫାଶୀ ଦଣ୍ଡାଦେଶ

Spread the love

ଆସିଫାବାଦ/ତେଲେଙ୍ଗାନା, ୩୦/୧/୨୦ (ସନ୍ଧାନ ନିଉଜ) : ଆସିଫାବାଦ ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ସମସ୍ତ ତିନି ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଆଦିଲାବାଦ ଜିଲ୍ଲାର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ।

ସୂଚନାଯୋଗ୍ୟଯେ, ୩୦ ବର୍ଷର ସାମନ୍ତା (ଛଦ୍ମ ନାମ)ର ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଆଦିଲାବାଦ ଜିଲ୍ଲାର ସ୍ତତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ଗୁରୁବାରଦିନ ତିନିଜଣ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଆଦେଶ ଶୁଣାଇଛନ୍ତି। ଘଟଣାର ଦୁଇ ମାସରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ନିର୍ମଲର ଖାନପୁର ଅଞ୍ଚଳରେ ରହୁଥିବା ୩୦ ବର୍ଷୀୟ ସାମନ୍ତା ଏକ ଷ୍ଟ୍ରିଟ ହକର ଭାବେ କାମ କରୁଥିଲେ। ସେ ଛୋଟ ଛୋଟ କସମେଟିକ୍ସ ଆଇଟମ୍ସ ବିକ୍ରୀ କରୁଥିଲେ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହା ଆସିଫାବାଦ ଜିଲ୍ଲାରେ ଏକ ଗାଁରେ ହୋଇଥିଲା। ଜାଞ୍ଚ ଅଧିକାରୀମାନେ ୨୫ ନଭେମ୍ବରରେ ତିନିଜଣ ଲୋକ, ଶୀକ ବାବୁ (୩୫), ଶେଖ୍ ଶବଦୀନ (୩୦) ଏବଂ ଶେଖ ମକଦୁମ (୪୦) ଙ୍କୁ ଗିରଫ କରିଥିଲେ। ତାଙ୍କ ଉପରେ ହତ୍ୟା, ଗ୍ୟାଙ୍ଗରେପ ଏବଂ ଏସସି ଏବଂ ଏସଟି ଅତ୍ୟାଚାର ନିବାରଣ ଅଧିନିୟମ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ୨୫ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଇଥିଲେ।

Related Posts

About The Author

Add Comment