ଏହି ତାରିଖ ସୁଦ୍ଧା ନିଜର ଏସବିଆଇ ଏଟିଏମ୍‌-ଡେବିଟ୍‌ କାର୍ଡ ବଦଳାନ୍ତୁ , ନଚେତ୍‌ କାର୍ଡ ବ୍ଲକ୍‌ ହୋଇଯିବ!

Spread the love

ନୂଆଦିଲ୍ଲୀ  ୧୬/୮ (ସନ୍ଧାନ ନିୟୁଜ): ଯଦି ଆପଣଙ୍କର ଏସବିଆଇରେ ଏକାଉଣ୍ଟ ଅଛି ଏବଂ ସେଥିଲାଗି ଆପଣ ଏଟିଏମ୍‌- ଡେବିଟ୍‌ କାର୍ଡର ଉପଯୋଗ କରୁଛନ୍ତି ,ତେବେ ତୁରନ୍ତ ତାକୁ ବଦଳାଇ ଦିଅନ୍ତୁ । ଏହା ଆମେ କହୁ ନାହୁଁ ,ବରଂ ଏସବିଆଇ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏସବିଆଇର ଏଟିଏମ୍‌- ଡେବିଟ୍‌ କାର୍ଡର ବଦଳାଇବାର ଅନ୍ତିମ ତାରିଖ ହେଲା ୩୧ .୧୨.୨୦୧୮। ଯଦି ଏହି ତାରିଖ ସୁଦ୍ଧା ଏହି କାମ କରା ନ ଯାଏ ତେବେ କାର୍ଡ ବ୍ଲକ୍‌ ହୋଇଯିବ ବୋଲି ମଧ୍ୟ କୁହାଯାଇଛି। ଏସବିଆଇର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି କି, ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମ୍ୟାଜିଷ୍ଟ୍ରିପ ତଥା ମ୍ୟାଗ୍ନେଟିକ୍‌ ଡେବିଟ କାର୍ଡ ରହିଛି ସେମାନେ ନିଜ ନିଜର ଏହି ପୁରୁଣା ଏଟିଏମକାର୍ଡକୁ ତୁରନ୍ତ ବ୍ୟାଙ୍କ ଆସି ବଦଳାଇବାକୁ ପଡ଼ିବ।

ଏସବିଆଇ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି, ଏଟିଏମ କାର୍ଡର କନଭର୍ସନ ପ୍ରୋସେସରେ କୌଣସି ପ୍ରକାରର ଶୁଳ୍କ ନିଆଯିବ ନାହିଁ ଏବଂ ଏହା ସଂପୂର୍ଣ୍ଣ ଭାବରେ ମାଗଣା ହେବ। ନିକଟରେ ଏସବିଆଇ ସହିତ ୬ଟି ଅନ୍ୟ ବ୍ୟାଙ୍କମାନଙ୍କ ସହ ସମ୍ମିଶ୍ରଣ ହୋଇଛି ଏବଂ ବ୍ୟାଙ୍କର ଗ୍ରାହକମାନଙ୍କର ସଂଖ୍ୟାରେ ବଡ ପରିବର୍ତ୍ତନ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ବ୍ୟାଙ୍କର ଏଭଳି ନିଷ୍ପତ୍ତି ପ୍ରଭାବ କୋଟି କୋଟି ଗ୍ରାହକଙ୍କ ଉପରେ ପଡ଼ିପାରେ।

ଏସ ବି ଆଇର ନୂଆ ଏଟିଏମ୍‌- ଡେବିଟ୍‌ କାର୍ଡର ଅଧିକ ସୁରକ୍ଷିତ ଏବଂ ଏଥିରେ ଏକାଉଣ୍ଟଧାରୀଙ୍କ ସଂପର୍କରେ ସମସ୍ତ ତଥ୍ୟ ରହିବ।

Related Posts

About The Author

Add Comment