ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ। ବିଗତ କିଛି ବର୍ଷ ମଧ୍ୟରେ ଡେବିଟ କାର୍ଡ ମାଧ୍ୟମରେ ଅନେକ ଠକେଇ ମାମଲା ଲୋକଲୋଚନକୁ ଆସିଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଏସ୍ବିଆଇ ଗୁରୁତ୍ୱପୂର୍ଣ୍ଣ ସେବା ଆରମ୍ଭ କରିଛି।
ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆରମ୍ଭ କରାଯାଇଥିବା ଏହି ସୁବିଧା ଦ୍ୱାରା ଗ୍ରାହକ ବିନା ଏଟିଏମ୍ରେ ଟଙ୍କା ଉଠାଇପାରିବେ। ଏସ୍ବିଆଇ ‘ୟୋନୋ କ୍ୟାସ୍’ ନାଁରେ ସେବା ଆରମ୍ଭ କରିଛି। ଏହି ସେବା ମାଧ୍ୟମରେ ଗ୍ରାହକ ଏସ୍ବିଆଇର ବିନା ଡେବିଟ କାର୍ଡରେ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। ସୂଚନାଯୋଗ୍ୟ ବର୍ତ୍ତମାନ ଦେଶରେ ୧.୬୫ ଲକ୍ଷ ଏସ୍ବିଆଇ ଏଟିଏମ୍ ଅଛି କିନ୍ତୁ ଏହି ସେବା ୧୬,୫୦୦ ଏଟିଏମ୍ରେ ଆରମ୍ଭ କରାଯାଇଛି।
ଏହି ସୁବିଧା ଆରମ୍ଭ କରିବା ସହିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବିନା କାର୍ଡରେ ଟଙ୍କା ଦେଇ ପାରୁଥିବା ଦେଶର ପ୍ରଥମ ବ୍ୟାଙ୍କ ହୋଇପାରିଛି। ବିନା ଡେବିଟ କାର୍ଟର ଏଟିଏମ୍ରେ ଟଙ୍କା ଉଠାଇବା ଲାଗି ୟୋନୋ କ୍ୟାସ ଉପସ୍ଥାପନ କରାଯାଇଛି। ଆପଣ ଯଦି ବିନା ଡେବିଟ କାର୍ଡରେ ଟଙ୍କା ଉଠାଇବାକୁ ଚାହିଁବେ ତା’ ହେଲେ ନିମ୍ନଲିଖିତ ପ୍ରୋସେସକୁ ଅନୁସରଣ କରନ୍ତୁ।
-ସର୍ବ ପ୍ରଥମେ ଏସ୍ବିଆଇ ଗ୍ରାହକ ନିଜର ମୋବାଇଲରେ ୟୋନେ ଆପ୍ ଡାଉଡ଼ଲୋଡ କରନ୍ତୁ।
-ଏହି ଆପ୍ରେ କ୍ୟାସ ଉଠାଇବା ପାଇଁ ବିକଳ୍ପ ମିଳିବ।
-କ୍ୟାସ ଟ୍ରାନଜେକଶନ ଲାଗି ୬ ଡିଜିଟ ପିନ୍ ସେଟ୍ କରନ୍ତୁ।
-ଟ୍ରାନଜେକଶନ ଲାଗି ଏସଏମଏସ ମାଧ୍ୟମରେ ୬ ଡିଜିଟର ରେଫରେନ୍ସ ନମ୍ବର ମଧ୍ୟ ମିଳିବ।
-ଏହା ପରେ ଏଟିଏମ୍ ଯାଇ ୩୦ ମିନିଟ ମଧ୍ୟରେ ଟଙ୍କା ଉଠାଇ ପାରିବେ।
-ଏଟିଏମ ମେସିନରେ ମଧ୍ୟ ୟୋନୋ କ୍ୟାସ୍ ବିକଳ୍ପ ରହିବ।
-ଏଟିଏମ୍ରେ ୬ ଡିଜିଟର ପିନ୍ ଏବଂ ୬ ଡିଜିଟର ରେଫରେନ୍ସ ନମ୍ବର ରହିବ।
-ରେଫରେନ୍ସ ନମ୍ବର ଦେବା ପରେ ଏଟିଏମ୍ କ୍ୟାସ ବାହାରି ଆପଣଙ୍କ ହାତକୁ ଆସିଯିବ।