ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟର ସାମ୍ନା ଘରୁ ଲୁଟ୍‌

Spread the love

ଭଦ୍ରକ, 11.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-  ଭଦ୍ରକ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟର ସାମ୍ନା ଘରୁ ଲୁଟ୍‌। କେହି ନଥିବା ଅବସ୍ଥାରେ ଲୁଟେରାମାନେ ଘରେ ପଶି ତାଲା ଭାଙ୍ଗି ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲେ ଏସ୍‌ପିଙ୍କ ସାମ୍ନାକୁ ଘରେ ପଶି ତାଲା ଭାଙ୍ଗି ଲୁଟେରା ଲୁଟି ନେଇଛନ୍ତି। ଗବସାହି ଗ୍ରାମର ଜୟନ୍ତୀ ମିଶ୍ର ଭୁବନେଶ୍ବରସ୍ଥିତ ଝିଅ ଘରକୁ ଯାଇଥିଲେ। ଜୟନ୍ତୀ ଫେରିବା ପରେ ଘରର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ। ଘରେ ଥିବା ଗଦରେଜ ତାଲା ଭାଙ୍ଗି ନଗଦ ଟଙ୍କା ସହ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଜୟନ୍ତୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯଦି ଖୋଦ୍ ଏସ୍‌ପିଙ୍କ କାର୍ଯ୍ୟାଳୟ ସାମ୍ନା ଘରୁ ଲୁଟ ହେଉଛି, ତେବେ ଅନ୍ୟମାନଙ୍କ ଅବସ୍ଥା କଣ ହେଉଥିବ। ଏହାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment