ଏସୀଆନ୍‌ ବକ୍ସିଂ ଚାମ୍ପିଅନସିପରେ ପୂଜା ରାଣୀଙ୍କୁ ସ୍ୱର୍ଣ୍ଣ ପଦକ

Spread the love

ନୂଆଦିଲ୍ଲୀ ୩୧/୫(ସନ୍ଧାନ ନିୟୁଜ୍)-: ଡିଫେଣ୍ଡିଂ ଚାମ୍ପିଅନ୍ ପୂଜା ରାଣୀ ଉଜବେକିସ୍ତାନର ମାଭ୍ଲୁଦା ମୋଭ୍ଲୋନୋଭାଙ୍କୁ ପରାସ୍ତ କରି ରବିବାର ଦିନ ଦୁବାଇରେ ଚାଲିଥିବା ଏସୀୟ ବକ୍ସିଂ ଚାମ୍ପିଅନସିପରେ ୭୫ କିଲୋଗ୍ରାମ ବର୍ଗରେ ଟାଇଟଲ ଜିତିଛନ୍ତି।

ରାଣୀ ଆରମ୍ଭରୁ ଆକ୍ରମଣ କରିଥିଲେ ​​ଏବଂ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କ ପ୍ରତିଦ୍ୱନ୍ଦୀଠାରୁ ୫-୦ରେ ଜିତିଥିଲେ। ସେମିଫାଇନାଲରେ ରାଣୀ ମୋଙ୍ଗୋଲିଆର ମିଆଗାର୍ଜାରଗାଲ ମୁନ୍ଖବାଟଙ୍କ ବିପକ୍ଷରେ ୱାକ-ଓଭର ପାଇଥିଲେ।

ହରିୟାଣାର ଭିୱାନୀରୁ ଆସିଥିବା ବକ୍ସରଙ୍କ ପାଇଁ ଏହା ଚତୁର୍ଥ ପଦକ ଏବଂ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ।

ଅପର ପକ୍ଷରେ ଏସିଆନବକ୍ସିଂ ଚାମ୍ପିଅନସିପ୍‌ରେ ୫୧ କିଲୋଗ୍ରାମ ବର୍ଗ ଫାଇନାଲରେ ଷଷ୍ଠ ଥର ବିଶ୍ୱ ଚାମ୍ପିଅନ୍ ଏମସି ମ୍ୟାରିକମ୍ କାଜାଖସ୍ତାନର ନାଜିମ୍ କିଜାଇବେଙ୍କଠାରୁ ହାରିଯାଇଛନ୍ତି।

ମ୍ୟାରିକମ୍ ଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ୬ ଥର ବିଶ୍ୱ ଚାମ୍ପିୟନ ଏମସି ମ୍ୟାରିକମ ତାଙ୍କର ଷଷ୍ଠ ଏସୀୟ ବକ୍ସିଂ ଚାମ୍ପିଅନସିପ ଟାଇଟଲ ଜିତିବାରେ ବିଫଳ ହୋଇଛନ୍ତି।

ସେ ରବିବାର ଏଠାରେ ୫୧ କିଲୋଗ୍ରାମ ବର୍ଗର ଫାଇନାଲରେ କାଜାଖସ୍ତାନର ନାଜିମ କିଜାଇବେଙ୍କଠାରୁ ୨-୩-ରେ ପରାସ୍ତ ହୋଇଛନ୍ତି।

ବିରାଟ ଅଭିଜ୍ଞତା ଥିବା ସତ୍ତ୍ୱେ ୩୮ ବର୍ଷିୟ ମେରିକମ୍, ଯିଏ ତାଙ୍କଠାରୁ ପ୍ରାୟ ୧୧ ବର୍ଷ ସାନ ନାଜିମ୍‌ ଙ୍କୁ ପଞ୍ଚ କରିବାରେ ବିଫଳ ହୋଇଛନ୍ତି। ନାଜିମ ତାଙ୍କ ଟିମ୍‌ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି।

Related Posts

About The Author

Add Comment