ବାରିପଦା , ୨୮/୦୭/୨୦ (ସନ୍ଧାନନିୟୁଜ/ଲିଙ୍ଗରାଜ ପଣ୍ଡା) :- ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ରହିଛି ଏସିଆ ମହାଦେଶର ସର୍ବବୃହତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ଘାଟି ଦେଖି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜୁନ ମାସରେ ଭାରତ – ଚୀନ ନିୟନ୍ତ୍ରଣ ରେଖା (ଏଲଏସି) ର ଲଦାଖରେ ଗଲଓ୍ବାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶରେ ସେନା , ଚୀନ ସେନାଙ୍କ ଆଚର୍କିତ ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହୀଦ ସୋଇଥିଲେ । ଏହି ସହିଦ ଙ୍କ ମଧ୍ୟରେ ଥିଲେ ୨ ଓଡ଼ିଆ ଗଲଓ୍ବାନ ଘାଟି ଘଟଣାରେ ମୟୁରଭଞ୍ଜ ହରାଇଛି ତାର ଜଣେ ବୀର ପୁତ୍ରକୁ ସେ ହେଲେ ନନ୍ଦୁରାମ ସୋରେନ । ସହିଦ ନନ୍ଦୁରମଙ୍କ ପାଇଁ ମୟୁରଭଞ୍ଜଙ୍କ ଆଖିରେ ଲୁହ ଭରିଛି । ଏ ଭଳି ପରିସ୍ଥିତିରେ ଦେଶର ସୁରକ୍ଷାକୁ ନେଇ ଚିନ୍ତା ବଢାଯାଇଛି ଓ ଦ୍ବିତୀୟ ବିଶ୍ବଯୁଦ୍ଧର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ଅମର୍ଦ୍ଦା ଏୟାରଷ୍ସିପ୍ ର ପୁନଉଦ୍ଧାର ଦାବି ପୁଣି ଥରେ ଜୋର ଧରିଛି । ବିଶେଷ କରି ଚୀନ କୁ ଟାର୍ଗେଟ କରିବାକୁ ହେଲେ ଅମର୍ଦ୍ଦା ଏୟାରଷ୍ସିପ୍ କୁ ଷ୍ଟ୍ରାଟେଜିକ୍ ପଏଣ୍ଟ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ବିଶିଷ୍ଟ ସମାଜସେବୀ ଡଃ ଆଦିତ୍ୟ ପଟ୍ଟନାୟକ କହିଛନ୍ତି ଯେ , ଭୈଗଳିକ ଦୃଷ୍ଟି କୋଣରୁ ଏବଂ ଦେଶର ସୁରକ୍ଷା ଦୃଷ୍ଟିରୁ ଏକ ଷ୍ଟ୍ରାଟେଜିକ୍ ପଏଣ୍ଟ ଭାବେ ବ୍ୟବହାର ଲାଗି ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପୁନରୁଦ୍ଧାର କରାଯିବ ଆବଶ୍ୟକ , ସମଗ୍ର ଦେଶରେ ଏଭଳି ସାମରିକ ଭିତ୍ତିଭୂମି କେଉଁଠି ନାହିଁ । ଅଥଚ ରାଜନୈତିକ ଦୂରଦୃଷ୍ଟି ଅଭାବରୁ ଏହା ଜରାଜୀର୍ଣ୍ଣ ହୋଇ ପଡିରହିଥିବା ଅତ୍ୟନ୍ତ ଦୂର୍ଭାଗ୍ୟ ଜନକ । ଏହି ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଦକ୍ଷିଣକୁ ୫୫ କିମି ଗଲେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି । ସେହିପରି ଉତ୍ତରକୁ ୬୦ କିମି ଦ୍ବରରେ ଖଡକପୁରର କଲେଜ କୁଣ୍ଡା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ର ଅବସ୍ଥିତ ଅନ୍ୟପକ୍ଷରେ ସ୍ଵଳ୍ପମୂଲ୍ୟ ରେ ସବୁଠୁ ସୁରକ୍ଷିତ ଭାବେ ଚାନ୍ଦିପୁର ବିଭିନ୍ନ ଯୁଦ୍ଧାସ୍ର ପରିବହନ କରିବାରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ବିଶେଷ ସହାୟକ ହୋଇପାରନ୍ତା । ଉତ୍ତର ଓଡ଼ିଶାର କୈାଣସି ସ୍ଥାନରେ ବିମାନ ବନ୍ଦର ନାହିଁ । ବେସାମରିକ କ୍ଷେତ୍ରରେ ବ୍ୟବହାର ଲାଗି ମଧ୍ୟ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପୁନଃ କାର୍ଯ୍ୟକ୍ରମ କରାଗଲେ ଉତ୍ତର ଓଡ଼ିଶାର ଏହା ପ୍ରବେଶ ଦ୍ଵାର ସାଜି ସମଗ୍ର ଅଞ୍ଚଳର ଆର୍ଥିକ ବିକାଶ ଘଟାଇପାରନ୍ତା ବୋଲି ମୋର ମତାମତ ଦେଉଛି । ଅବ୍ୟବହୃତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଏସିଆର ଏହି ସର୍ବବୃହତ ଏୟାରଷ୍ଟ୍ରିପ୍ ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ମାତ୍ର ୪୦ କିମି ଦୂର ଏବଂ ବାଲେଶ୍ଵର ସହର ଠାରୁ ୫୧କିମି ଦୂରତାରେ ଅବସ୍ଥିତ । ୧୯୪୦ ମସିହାର ଆମେରିକାର ଅନୁସନ୍ଧାନ ରେ ପ୍ରାୟ ୬୦୦ ଏକର ଜମିରେ ବ୍ରିଟିଶ (ଇଂଲଣ୍ଡ) ସରକାର ଙ୍କ ରୟାଲ୍ ଏୟାରର୍ଫୋସ୍ ସେତେବେଳେ ଏହାର ନିର୍ମାଣ ବାବଦରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ତଥାପି ୧୧,୫୦୦ ଫୁଟ ଦୀର୍ଘ ରନଓ୍ବେ ରହିଛି ।୫ କିମି ବ୍ୟାପି ମଜବୁତ ଙ୍କକ୍ରିଟର ଓସାରିଆ ମୁଖ୍ୟ ରନଓ୍ବେ ରହିଛି । ଏହାକୁ ଲାଗି ଚତୁର୍ଦ୍ଦଶକୁ ବହୁ ସୋରିଆ ଙ୍କକ୍ରିଟ ରାସ୍ତା ଲମ୍ବିଯାଇଛି । ଏହାର ନିର୍ମାଣ ଶୈଳୀ ଅତ୍ୟନ୍ତ ମଜବୁତ ହୋଇଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଯଥାଗୀପ୍ର ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇ ପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦିଅନ୍ତି । ଏହାର ପ୍ରମାଣ ହେଲା ୨୦୦୦, ଡିସେମ୍ବର ୨୮ ରେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଉଦଘାଟନ ପାଇଁ ଆସିଥିବା ଭାରରେ ତତ୍କାଳୀନ ଉପରାଷ୍ଟ୍ରପତି କୃଷ୍ଣ କାନ୍ତଙ୍କ ବିମାନ ଏଠାରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଏଥିସହିତ ତାଙ୍କର ସୁରକ୍ଷା ନିମନ୍ତେ ବାୟୁସେନାର ଦୁଇଟି ବିମାନ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଙ୍କ ବିମାନ ସମେତ ମୋଟ ୬ ଟି ବିମାନ ଏଠାରେ ନିରାପଦ ଭାବେ ଅବତରଣ କରିଥିଲେ । ସମସ୍ତ ବିମାନ ଏଠାରୁ ସୁରକ୍ଷିତ ଭାବେ ମଧ୍ୟ ଉଡ଼ାଣ କରିଥିଲେ । ଏଠାରେ ଏକ କାଳୀନ ଦୁଇଟି ବୃହତ ଯୁଦ୍ଧାସ୍ର ବହନକାରୀ ବିମାନ ଅବରେଣ (ଲ୍ୟାପ୍ତି)ବା ଉତକ୍ଷେପଣ (ଟେକ୍ଅପ୍) କରିପାରିବ । ଏହାଛଡା ଶତ୍ରୁ ଆଖିରେ ଧୂଳିଦେଇ ଜଙ୍ଗଲ ପରିବେଶ ମଧ୍ୟରେ ଏଠାରେ ତିନିଶହ ଯୁଦ୍ଧ ବିମାନ ରହିପାରିବା ଭଳି ହ୍ୟାଙ୍କର (ପ୍ଲାଟଫର୍ମ) ବ୍ୟବସ୍ଥା ରହିଛି । ଯାହା ଏ ପର୍ଯ୍ୟନ୍ତ ସୁରକ୍ଷିତ ଅଛି । ଅମର୍ଦ୍ଦା ଏୟାରଷ୍ସିପ୍ ବଙ୍ଗୋପସାଗର କୂଳ ନିକଟବର୍ତ୍ତୀ ରହିଥିବାରୁ ସାମରିକ ଋଣକୈଶଳ ନିମନ୍ତେ ଏହାକୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ଏୟାରଷ୍ଟ୍ରିପ୍ ଠାରୁ ଏକ ସୁଡ଼ଙ୍ଗ ବଙ୍ଗୋପସାଗର ପଯ୍ୟନ୍ତ ରହିଛି । ଯାହା ଏବେ ସିଲ୍ ହୋଇ ରହିଥିବା ଜଣାଯାଏ ,୧୯୪୩ ମସିହାରେ ଏହି ଏୟାରପୋର୍ଟ ସାମରିକ ଶିକ୍ଷା କେନ୍ଦ୍ର ବା ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର (ଏୟାରଫାଇଟିଂ ଟ୍ରେନିଂ ସେଣ୍ଟର) ଭାବେ ବ୍ୟବହାର କରାଯାଉଥିଲା । ଯାହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଯୁଦ୍ଧର ମୋଡ ବଦଳାଇ ଦେଇଥିଲା ଏଠାରୁ ବଡବଡ ବୋମାବର୍ଷ ଯୁଦ୍ଧ ବିମାନ ଦ୍ବାରା ଶୁତ୍ରପକ୍ଷଙ୍କୁ ଟାର୍ଗେଟ କରାଯାଉଥିଲା । ରେଙ୍ଗୁନ୍ (ମିଆଁମାର) ଦେଇ ଆସୁଥିବା ଜାପାନର ଯୁଦ୍ଧ ବିମାନକୁ ପ୍ରତିରୋଧ କରିବା ସହ ପ୍ରତି ଆକ୍ରମଣ କରିବା ପାଇଁ ଏହି ବିମାନଘାଟି ସବୁଠୁ ବଡ଼ ଭୂମିକା ନିର୍ବାହ କରିଥିଲା । ଏହାଛଡା ଏଠାରୁ ଭାୟା ଛାବୁଆ (ଦିବ୍ରୁପଡ) ଯୋରହାଟ ଏବଂ ବିଜୟ ନଗର ଆକାଶ ମାର୍ଗରେ ଯୁଦ୍ଧ ବିମାନ ଯାଇ ଅରୁଣାଚଳ ପ୍ରଦେଶ ଓ ତଦ୍ଧିତ ଦେଇ ଚୀନ ଉପରେ ଆକ୍ରମଣ କରାଯାଉଥିଲା । ତେଣୁ ଚୀନ ସହ ଏବେର ଆସନ୍ନ ଯୁଦ୍ଧ ପରିସ୍ଥିତିକୁ ଦେଖି ଅମର୍ଦ୍ଦା ଏୟାରଷ୍ଟ୍ରିପ୍ କୁ ପୁର୍ନଜୀବନ ଦିଆଯିବା ପ୍ରାସଙ୍ଗିକ ହୋଇପଡିଛି । ବିଶେଷଜ୍ଞ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଶତ୍ରୁ ପକ୍ଷର ବିମାନକୁ ବି ଧ୍ବଂସ କରିବା ପାଇଁ ମିତ୍ର ଶକ୍ତି ପକ୍ଷରୁ ଏହି ବିମାନ ଘାଟିରୁ ଫାଇଟର ବିମାନ ଯାଉଥିଲା ।
୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ଜାପାନର ହିରୋସୀମା ଓ ନାଗାସୀକି ଉପରେ ଯେଉଁ ଦୁଇଟି ପରମାଣୁ ବୋମା “ଲିଟିଲ୍ ବୟ” ଓ “ଫାଟ ମ୍ୟାନ” ନିକ୍ଷେପ କରାଯାଇ ଥିଲା ତାହା ଏହି ବିମାନ ଘାଟିରୁ ବି-୨୯ଏସ୍ ଦ୍ଵାରା ଯାଇଥିଲା ବୋଲି ଲୋକମୁଖରେ ଶୁଣିବାକୁ ମିଳେ। । ଯଦିଓ ଏହାର ପ୍ରାମାଣିକ ତଥ୍ୟ ବ୍ରିଟେନ ଏବଂ ଆମେରିକା ନିକଟରେ ରହିଥିବା କୁହାଯାଏ । ତେବେ ସେହି ବର୍ଷ ଜୁଲାଇ ୨୬ ରେ ଅର୍ଥାତ୍ ପରମାଣୁ ବୋମା ନିକ୍ଷେପର କିଛି ଦିନ ପୂର୍ବରୁ ପ୍ରଶିକ୍ଷଣ ପର୍ଯ୍ୟାୟରେ ବ୍ରିଟିଶ ରୟାଲ ଏୟାରଫୋର୍ସ ବି-୨୪ ଲିବରେଟର ବୋମା ବର୍ଷଣକାରୀ ବିମାନକୁ ଇଡବ୍ଲ୍ୟୁ-୨୪୭ ବିମାନ ପାଇଲଟିଂ ବିମାନ ଦ୍ବୟ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା । ଯେଉଁଥିରେ ୧୪ ଜଣ ଏୟାରମ୍ୟାନଙ୍କ ସହ ୨ ଜଣ କ୍ରିୟୁ ମେମ୍ବର ପ୍ରାଣ ହରାଇଥିଲେ । ଏହି ଘଟଣା ହିରୋସୀମା, ନାଗାସାକି ଘଟଣାର କିଛି ଦିନ ପୂର୍ବରୁ ହୋଇଥିବାରୁ ଏହା ବୋମା ବର୍ଷଣ ପୂର୍ବରୁ ଯୁଦ୍ଧାଭ୍ୟାସ ଥିଲା ବୋଲି କେହି କେହି ମତ ଦିଅନ୍ତି । ତେବେ ଦେଶ ସ୍ବାଧିନତା ପରେ ଅମର୍ଦ୍ଦା ବିମାନ ଘାଟି ଭାଇତ ସରକାରଙ୍କ ଡିଆରଡିଓ ଅଧିନକୁ ଯାଇଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ । କ୍ରମେ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲେ ହେଁ ଏୟାରଷ୍ଟ୍ରିପ୍ ମୁଖ୍ୟ ଅଂଶର କିନ୍ତୁ କୈାଣସି କ୍ଷତି ହୋଇନାହିଁ । ପୂର୍ବ ଭାରତର ଏହି ବିସ୍ତୀର୍ଣ୍ଣ ଏୟାରଷ୍ଟ୍ରିପ୍ କୁ ୧୯୫୪ରେ ପ୍ରତିରକ୍ଷା ବିଭାଗ ଦ୍ବାରା ଏକ ବାୟୁସେନା ଘାଟିର ମାନ୍ୟତା ମିଳିଛି । କିଛି ବର୍ଷ ତଳେ ପୁନରୁଦ୍ଧାର ପାଇଁ ଜମି ଅଧିଗ୍ରହଣ ମଧ୍ୟ ହୋଇଥିଲା । ମାତ୍ର ଏତିକିରେ ଅଟକି ରହିଛି ପୁନରୁଦ୍ଧାର କାମ ଇତିମଧ୍ୟରେ କେନ୍ଦ୍ର ବିରମନ୍ରୀ ନିର୍ମଳା ସୀତାରମଣ ବିଶ୍ବସ୍ତରୀୟ ଏୟାରକ୍ରାଫଟ ମେଣ୍ଟାନାନର ଓ ରିପାୟାର୍ (ଏମ୍ଆରତ) ପାଇଁ ୨୦ ଲକ୍ଷ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏମ୍ ଆର୍ ଓ କାମ ଲାଗି ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍ ହିଁ ପ୍ରକୃତ ସ୍ଥଳ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଅନୀଲ ଧୀର କହିଛନ୍ତି । ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପୁନରୁଦ୍ଧାର ପାଇଁ ଅନେକ ଥର ଦାବି ଓ ଆନ୍ଦୋଳନ ହୋଇଛି । ରାଜରାସ୍ତାରୁ ଆରମ୍ଭ ହୋଇ ଏହି ଦାବି ସଂସଦ ଯାଏଁ ପରଞ୍ଚିଛି । ମାତ୍ର ସୁଫଳ କିଛି ମିଳି ପାରିନି । ବର୍ତ୍ତମାନ ଏଲଏସିରେ ଡ୍ରାଗନ ଶକ୍ତି ପୁଣି ଆମକୁ ନାଲି ଆଖି ଦେଖିବାକୁ ଦୁଃସାହସ କରୁଛି । ଭାରତର ସୁରକ୍ଷା ସହିତ ଚୀନ କୁ ମୁଁହ ତୋଡ ଜବାବ ଦେବାକୁ ହେଲେ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତିଟି ଷ୍ଟ୍ରଟେଜିକ ପଣ୍ଟେକୁ ସୁଦୃଢ କରିବାକୁ ହେବ । ଏଥିଲାଗି ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍ କୁ ପୁନରୁଦ୍ଧାର କରାଗଲେ ଏହା ଦେଶ ଓ ଜାତି ପାଇଁ ଗୈାରବ ଆଣିବ ।ଏହା ସହିତ ଉତ୍ତର ଓଡ଼ିଶାର ଅର୍ଥନୈତିକ ବାଣିଜ୍ୟକ ତଥା ସାମଗ୍ରିକ ବିକାଶ ଦ୍ବାରା ଉନ୍ମୁକ୍ତ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।