ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ

Spread the love

କଟକ,, ୫/୩/୨୦ (ସନ୍ଧାନ ନିଉଜ) : ଶେଷରେ ଓଡିଶା ଆଶ୍ଵସ୍ଥ ହୋଇଛି। କଟକ ଏସସିବିରେ କରୋନା ସଂକ୍ରମଣ ସନ୍ଦେହରେ ଭର୍ତ୍ତି ହୋଇଥିବା ଭାରତୀୟ ଦମ୍ପତିଙ୍କ ରକ୍ତ ନମୁନା ନେଗେଟିଭ ରହିଥିବା ଜଣାପଡିଛି। ଏସସିବିର ଜରୁରୀ କାଳୀନ ଅଧିକାରୀ ଏ ସଂପର୍କରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ଏହି ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଜଣାପଡ଼ିଥିଲା। ବିଶେଷ କରି ଇଞ୍ଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ପରିଲକ୍ଷିତ ହୋଇଥିଲା। ଏସବୁ ଲକ୍ଷଣ ଦେଖି କରୋନା ସନ୍ଦେହରେ ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ  କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ରକ୍ତ ନମୁନା ପରୀକ୍ଷାପରେ ତାହା ନେଗେଟିଭ ଥିବା ଜଣାପଡିଛି।

Related Posts

About The Author

Add Comment