ଏସବୁ କଥା ଗୋପନ ରଖିବା ଉଚିତ

Spread the love

ଭୁବନେଶ୍ୱର,  ୧୬/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ସାଧାରଣତଃ ବୁଦ୍ଧିମାନ ସବୁବେଳେ ନିଜ ବୁଦ୍ଧି ବଳରେ କାର୍ଯ୍ୟ କରିଥାଏ। ମୂର୍ଖ କରେ ବାହୁବଳ ପ୍ରଯୋଗ। ବିପତ୍ତି ସମୟରେ ବୁଦ୍ଧିମାନ ନିଜର ଭେଦକୁ ଲୁଚାଇବାରେ ସଫଳ ହୁଅନ୍ତି। କିନ୍ତୁ ସଙ୍କଟ ଆସିଲେ ମୂର୍ଖଲୋକ ଅନ୍ୟର ସାହଯ୍ୟ ଲୋଡେ। ତାଙ୍କୁ କହିଦିଏ ନିଜର ସମସ୍ତ ଗୁପ୍ତ କଥା। ଯାହାକି ପରବର୍ତ୍ତୀ ସମୟରେ ତା’ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ କେଉଁ ପାଞ୍ଚୋଟି କଥା ଗୋପନ ରଖିବାକୁ ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି ଆସନ୍ତୁ ଜାଣିବା।

ଚାଣକ୍ୟଙ୍କ ଖିଛନ୍ତି ଧନର ଅଭାବ ବା ଅଭାବ ଅସୁବିଧା କଥା କାହା ଆଗରେ କହିବା ଅନୁଚିତ୍‌। କାରଣ ଧନର ଅଭାବରେ ନିଜ ଲୋକମାନେ ପର ହୋଇଯା’ନ୍ତି। ଏପରିକି ମିଶିବା ବନ୍ଦ କରିଦିଅନ୍ତି। ଯାହଫଳରେ ଆପଣଙ୍କ ସମସ୍ୟା ବଢ଼ିଯାଏ।

ଦ୍ୱିତୀୟ ହେଲା ଆପଣ ଆପଣଙ୍କ ମନର ଦୁଃଖ କିମ୍ବା ମାନସିକ ଚାପ ବିଷୟରେ କାହା ଆଗରେ କୁହନ୍ତୁ ନାହିଁ। ଏଥିରୁ ମୁକ୍ତି ହେବାପାଇଁ ନିଜର ବିଶ୍ୱସ୍ତ ଲୋକ କିମ୍ବା ପରିବାର ସଦସ୍ୟଙ୍କ ସହ କଥା ହୋଇ ସମାଧାନ କରିବା ଆବଶ୍ୟକ। କାରଣ ଆମ ଆଖପାଖରେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ତାହାକୁ ବଢ଼ାଇ ଦିଅନ୍ତି।

ଚାଣକ୍ୟ କହିଛନ୍ତି ଘରର ଅଭାବ ଓ କଳିକୁ କୌଣସି ବାହାର ଲୋକଙ୍କୁ କହିବା ଠିକ ନୁହେଁ। ସଂସାରରେ ପ୍ରତ୍ୟେକଙ୍କ ଠାରେ କୌଣସି ନା କୌଣସି ଅଭାବ ନିଶ୍ଚିତ ରହିଥାଏ। ତେଣୁ ପତି -ପତ୍ନି ଓ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ସାଧାରଣ ଘଟଣା। ସେଥିପାଇଁ ବୁଦ୍ଧିମାନ ବ୍ୟକ୍ତିମାନେ ନିଜ ଘର କଳିକୁ ସର୍ବଦା ଗୁପ୍ତ ରଖିବାକୁ ଉଚିତ ମଣନ୍ତି।ସେହିପରି ଯଦି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି ଏ କଥା କାହାରିକୁ କହିବା ଅଦୌ ଉଚିତ୍‌ ନୁହେଁ। ଏହାଦ୍ୱାରା କିଛି ଲୋକ ପରିହାସ କରିନ୍ତି। ଏହି ଥଟ୍ଟା ପରିହାସ ମାନସିକ ଦୁଃଖକୁ ବଢାଇଥାଏ।

Related Posts

About The Author

Add Comment