ମାଲକାନଗିରି, 25.01.2021 (ସନ୍ଧାନ ନିଉଜ୍):– ମହିଳା ମାଓବାଦୀଙ୍କର ଆତ୍ମସମର୍ପଣ । ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ରହିଛି । ଖବର ଅନୁଯାୟୀ, ମାଲକାନଗିରି ଏସପିଙ୍କ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଲାଛି ଖରା ନାମକ ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଆନ୍ଧ୍ର କ୍ୟାଡରଙ୍କ ଚାପ ଓ ନିର୍ଯ୍ଯାତନାର ଶିକାର ହୋଇଥିଲେ । ଯାହାଫଳରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଲକାନଗିରି ଏସପି ରିଶିକେଷ ଖିଲାରି କହିଛନ୍ତି
ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
|
January 25, 2021 |



