ଏସଟି ଏଫ୍ ପଞ୍ଝାରେ  ବାଘ ଛାଲ ମାଫିଆ ଧରା ପଡିଲେ 

Spread the love
ରାଇରଙ୍ଗପୁର, ୦୨/୧୧/୨୦୨୧ (ସନ୍ଧାନ ନିଉଜ) – ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ମାତିଛନ୍ତି ବାଘ ଛାଲ ମାଫିଆ । ତେବେ ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜର ୪୯ ନଂ ଜାତୀୟ ରାଜପଥର ଚଟାଣି ବସଷ୍ଟାଣ୍ଡ ନିକଟରେ ବାଘଛାଲ ମାଫିଆ ମାନେ ମୂଲଚାଲ କରୁଥିବା ବେଳେ STF ଦଳ ମାଡି ବସିଥିଲେ । ଦୁଇଜଣଙ୍କୁ ଗିରଫ କରି ଗୋଟିଏ ବାଘଛାଲ ସହିତ ଦୁଇଟି ବାଇକ ଜବତ କରିଛନ୍ତି । ତେବେ ଜଣେ ମାଫିଆ ସେଠାରୁ ଚମ୍ପଟ ମାରିଥିଲା ।ଗିରଫ ହୋଇଥିବା ଦୁଇଜଣ ମାଫିଆ ହେଲେ ବିଶୋଇ ଥାନା ପଳାଶବଣି ଗ୍ରାମର ଅଜିତ କୁମାର ଗିରି ଓ ଖୁଣ୍ଟା ଥାନା ଯଦୁରଘେରା  ଗ୍ରାମର ଚନ୍ଦ୍ରକାନ୍ତ କାର୍ଜି । ବାଘର ବୟସ ୧୦ ବର୍ଷ ହୋଇଥିବା ବେଳେ ୪ ଫୁଟ ଲମ୍ଵ, ଅଢେଇ ଫୁଟ ଲମ୍ଵର ଲାଞ୍ଜ ଓ ଓସାର ୨ ଫୁଟ ବୋଲି ସୂଚନାମିଳିଛି । ଉକ୍ତ ଚଢ଼ାଉ ସମୟରେ STF ର ଅତିରିକ୍ତ ଏସ.ପି ବିଳାଶିନୀ ନାୟକ,ଏସଆଇ ତୃପ୍ତି ରଞ୍ଜନ ଦାଶ,ଏ ଏସଆଇ ସୁମନ କୁମାର ପାତ୍ର,କନେଷ୍ଟବଳ ପ୍ରଦୀପ କୁମାର ଦାସ,ଅମୀୟ ପ୍ରସାଦ ରାଉତ,ଡିଏଫଓ ନଳିନୀ କାନ୍ତ ବେହେରା, ମଣଦା ରେଞ୍ଜର ଧରିତ୍ରୀ ମୂର୍ମୁ,ଫରେଷ୍ଟର ସୁଶାନ୍ତ ପାତ୍ର,ବିଶୋଇ ଫରେଷ୍ଟର ଅଜିତ କୁମାର ମାହାନ୍ତି,ଏସିଏଫ ବୈଦ୍ୟନାଥ ମାଝି ପ୍ରମୂଖ ସାମିଲ ଥିଲେ । ଉକ୍ତ ବାଘଛାଲଟି ସାଢେ ୫ ଲକ୍ଷ ଟଙ୍କାରେ ଡିଲ ହେଉଥିବା ଜଣା ପଡିଥିଲା ।

Related Posts

About The Author

Add Comment