ଏଲ୍‌ନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ୍‌ ଟ୍ୟାଙ୍କରରେ ପରିଣତ କଲା ଇଣ୍ଡିଆନ୍ ଅଏଲ୍‌

Spread the love

ନୂଆଦିଲ୍ଲୀ, ୨୭/୦୪/୨୧ (ସନ୍ଧାନ ନିଉଜ) : କୋଭିଡ୍ -୧୯ ମହାମାରୀ ସମୟରେ ଦେଶରେ ମଡିକାଲ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ଏକ ବୃହତ ପଦକ୍ଷେପ ନିଆଯାଇଛି। ସମଗ୍ର ଭାରତବର୍ଷରେ ତରଳ ମେଡ଼ିକାଲ ଅକ୍ସିଜେନ୍ ଯୋଗାଣକୁ ସହଜ କରିବା ପାଇଁ ଇଣ୍ଡିଆନ ଅଏଲର ଏଲନଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଭାବେ ପରିଣତ କରାଯାଇଛି। ସମସ୍ତଙ୍କ ପାଖରେ ମେଡ଼ିକାଲ ଅକ୍ସିଜେନ୍ ପହଁଚାଇବା ଦିଗରେ ଏହି ବୃହତ ପଦକ୍ଷେପ ନିଆଯାଇଛି। ଏହି ବ୍ୟବସ୍ଥାରେ ଆଜି ପ୍ରଥମ ପର୍ଯ୍ୟାୟରେ ତରଳ ମେଡ଼ିକାଲ ଅକ୍ସିଜେନ୍ ଲୋଡ୍ ଯୁକ୍ତ ଏଲଏନଜି ଟ୍ୟାଙ୍କରକୁ ବୋକାରୋରୁ ବିହାର ପାଟଣାକୁ ପଠାଯାଇଛି। ଏହିଭଳି ଭାବେ ଆଗାମୀ ଦିନରେ ଇଣ୍ଡିଆନ ଅଏଲ ୨୯ଟି ଅବ୍ୟବହୃତ ଏଲଏନଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଭାବେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ଫଳରେ ଆଗାମୀ କିଛି ଦିନରେ ଦେଶରେ ଅକ୍ସିଜେନର ଉପଲବ୍ଧି ଏବଂ ଯୋଗାଣରେ ଥିବା ସମସ୍ୟା ଦୂର ହେବ। ମେଡ଼ିକାଲ ଅକ୍ସିଜେନର ଯୋଗାଣ ମଧ୍ୟ ବହୁତ ସହଜ ହେବ।

ସୂଚନାଯୋଗ୍ୟ, ବର୍ତମାନ କୋଭିଡ୍‌-୧୯ ମହାମାରୀ ସମୟରେ ସମଗ୍ର ଭାରତବର୍ଷରେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଓଡ଼ିଶାର ୭ଟି ସ୍ଥାନ ସମେତ ଦେଶର ୯୩ଟି ସ୍ଥାନରେ ପ୍ରେସର ସ୍ୱିଇଂ ଆଜର୍ପସନ(ପିଏସଏ) ମେଡିକାଲ ଅକ୍ସିଜେନ୍ ଜେନେରେସନ ପ୍ଲାଂଟ୍ ପ୍ରତିଷ୍ଠା କରିବା ପାଇଁ ନିକଟରେ ନିଷ୍ପତି ନିଆଯାଇଛି। ଓଡ଼ିଶାରେ ଇଣ୍ଡିଆନ ଅଏଲ ପକ୍ଷରୁ ୩ଟି, ଏଚପିସିଏଲ ଦ୍ୱାରା ୨ଟି ଏବଂ ପେଟ୍ରୋନେଟ୍‌ ଏଲଏନଜି ଦ୍ୱାରା ୨ଟି ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଏହି କଠିନ ସମୟରେ ସ୍ୱାସ୍ଥସେବା ଭିତିଭୂମିକୁ ସୁଦୃଢ଼ କରିବା ଏବଂ ଯୋଗାଣ ବ୍ୟବସ୍ଥାକୁ ସଜାଡ଼ିବା ଦିଗରେ ସବୁପ୍ରକାର ପଦକ୍ଷେପ ନେଉଛି।

Related Posts

About The Author

Add Comment