ଏରେଇ ହନୁମାନ ମନ୍ଦିରରେ ଚୋରି

Spread the love

ଭଦ୍ରକ, ୬/୯ (ସନ୍ଧାନ ନିୟୁଜ)- ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରେଇ ପଂଚାୟତରେ ଏକ ହନୁମାନ ମନ୍ଦିର ରେ ଗତ ରାତିରେ ଘଟିଛି ଚୋରି l ଚୋରି କରିବାକୁ ଆସିଥିବା ଲୁଟେରା ମାନେ ମନ୍ଦିର ଭିତରେ ପଶି ଲକ୍ଷାଦିକ ଟଙ୍କାର ସୁନା ଗହଣା ସହ ଠାକୁରଙ୍କ ହୁଣ୍ଡୀ ବାକ୍ଶରେ ଥିବା ନଗଦ ଟଙ୍କା ଲୁଟି ନେଇଛନ୍ତି l ଆଜି ଭୋର ସମୟରେ ସ୍ଥାନୀୟ ଭକ୍ତ ମାନେ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରରେ ଚୋରି ହୋଇଥିବା ଜାଣିବାକୁ ପାଇ ପୋଲିସକୁ ସୂଚନା ଦେଇଥିଲେ l ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l ଏହି ସବୁ ଅଞ୍ଚଳରେ ପୋଲିସର ପେଟ୍ରୋଲିଙ୍ଗ କରାଯାଉ ନଥିବା ଯୋଗୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା l

Related Posts

About The Author

Add Comment