ଏମ୍ସରେ ପହଞ୍ଚିଲେ ଶୀତଲ, ଡାକ୍ତରଙ୍କ ସହ ଆଲୋଚନା କଲେ ବିଧାୟକ
ଏମ୍ସରେ ପହଞ୍ଚିଲେ ଶୀତଲ, ଡାକ୍ତରଙ୍କ ସହ ଆଲୋଚନା କଲେ ବିଧାୟକ
Manas Kumar Rout |
June 24, 2019 |

ଭଦ୍ରକ, ୨୪/ ୬ (ସନ୍ଧାନ ନିୟୁଜ/ରମେଶ ନାୟକ) ରାଣୀତାଲ ସଡକ ଦୁର୍ଘଟଣାରେ ଗୁରୁତର ଆହତ ଶୀତଲ ସାହୁ ବିଧାୟକ ସଂଜୀବ ମଲ୍ଲିକଙ୍କ ସହାୟତାରେ ଆଜି ଏମ୍ ସ ପହଞ୍ଚିଛନ୍ତି। ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ, ରାଜ୍ୟ ଯୁବ ବିଜେଡି ଉପସଭାପତି ଇଂ ପ୍ରୟାସକାନ୍ତି ସାମଲ, ଭଦ୍ରକ ଜିଲ୍ଲା ଛାତ୍ର ବିଜେଡି ଭସାପତି ତଥାଗତ ସମାଲ, ଯୁବନେତା ଲାଲା ଲଳିତ ନାୟକ ପ୍ରମୁଖ ଏମ୍ ସରେ ଡାକ୍ତରଙ୍କ ସହିତ ଶୀତଲଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି। ଗତବର୍ଷ ଜୁଲାଇ ମାସ ୧୯ ତାରିଖରେ ସ୍କୁଲରୁ ଫେରୁଥିବା ବେଳେ ଏକ ଟ୍ରକ ୧୬ ନଂ ଜାତୀୟ ରାଜପଥର ରାହାଞ୍ଜ ନିକଟରେ ସ୍କୁଲ ପିଲାଙ୍କ ଉପରେ ମାଡି ଯିବାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଗ୍ରାମର ସୁବାସ ସାହୁଙ୍କ ଦୁଇ ଝିଅ ଶ୍ୱେତା ଓ ଶୀତଲ ଗୁରୁତର ଆହତ ହୋଇଥିଲେ। ତେବେ ଡାକ୍ତରଖାନା ପହଞ୍ଚିବା ବେଳକୁ ବଡଭଉଣୀ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଶୀତଲ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ସୁବାସଙ୍କ ଅଭାବ ଶୀତଲଙ୍କୁ ଅଧିକ ଚିକିତ୍ସା ପାଇଁ ଯଥେଷ୍ଟ ହୋଇ ନ ଥିଲା। ଫଳରେ ବାଧ୍ୟ ହୋଇ ଇଚ୍ଛାମୃତ୍ୟୁ କାମନା କରିଥିଲେ ଶୀତଲ। ଏ ଖବର ପାଇବା ପରେ ଭଦ୍ରକର ନବ ନିର୍ବାଚିତ ବିଧାୟକ ସଂଜୀବ ମଲ୍ଲିକ ଶୀତଲଙ୍କ ପରିବାରକୁ ଭେଟିବା ସହିତ ଶୀତଲର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ବହନ କରିବେ ବୋଲି କହିଥିଲେ। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନର ୨ଜଣ ପ୍ରତିନିଧି ଏବଂ ଯୁବନେତା ଲାଲା ଲଳିତ ନାୟକ ଆଜି ଆମ୍ବୁଲାନ୍ ସ ଯୋଗେ ଶୀତଲଙ୍କୁ ନେଇ ଭୁବନେଶ୍ୱର ଏମ୍ ସ ହସ୍ ପିଟାଲରେ ପହଞ୍ଚିଥିଲେ। ସେଠାରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଡମିଶନ କରାଯିବା ସହ ଦୁଇଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଦାୟିତ୍ୱ ନେଇଛନ୍ତି। ଶୀତଳ ପ୍ରାୟ ୭/୮ ମାସ ଚିକିତ୍ସା ହେବା ପରେ ସେ ଚଳନକ୍ଷମ ହୋଇ ପାରିବେ ବୋଲି ଡାକ୍ତର ଅନୁମାନ କରି କହିଛନ୍ତି। ଶୀତଲ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ଏବଂ ବ୍ୟକ୍ତିଗତ ଭାବେ ଶ୍ରୀ ମଲ୍ଲିକ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।
Related Posts
About The Author