ଏମପିସି ଅଟୋ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା କେବେ?

Spread the love

ବାରିପଦା, ୧୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ମୟୂରଭଞ୍ଜ ସିନିଅର ସିଟିଜେନ୍ ଫୋରମର ଏକ ଭଟୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏମପିସି କଲେଜକୁ ବିଶ୍ଵବିଦ୍ୟାଳୟମାନ୍ୟତା ପ୍ରଦାନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି । ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଫୋରମର ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଏହି ଭଟୁଆଇମିଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତାମାନେ କହିଥିଲେ ଯେ ବାରିପଦାରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିକାଶ ନେଇ ଏକ ମାଇଲଖୁଣ୍ଟ ହୋଇଛି । ଏହା ଦ୍ଵାରା ମୟୂରଭଞ୍ଜଜିଲାର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ସ୍ବଳ୍ପ ଖର୍ଚ୍ଚରେ  ଅଧ୍ୟୟନ କରି ପାରୁଛନ୍ତି । ତେବେ ମୟୁରଭଞ୍ଜ ଆୟତନ ଦୃଷ୍ଟିରୁ ଓଡ଼ିଶାର ସର୍ବବୃହତ ଜିଲା । ଲୋକସଂଖ୍ୟା ଦୃଷ୍ଟିରୁ ଏହା ରାଜ୍ୟର ତୃତୀୟ ବୃହତ୍ତମ ଜିଲା ହୋଇଥିଲେ ହେଁ ଦ୍ଵିତୀୟ ବୃହତ୍ତମ ଜିଲା କଟକ ଠାରୁ ଏହାର ଲୋକସଂଖ୍ୟା ୨୦୧୧ରେ ମାତ୍ର ୧୧ ଲକ୍ଷ କର୍ମ ଥିଲା । ଫଳରେ ବିଧାୟକ ସଂଖ୍ୟା (୯) ଦୃଷ୍ଟିରୁ କଟକ ସହ ଏହାର ସ୍ଥାନ ଦ୍ଵିତୀୟ । ସବୁଠାରୁ ବେଶି ସଂଖ୍ୟକ ଆଦିବାସୀ ବାସ କରୁଥିବା ଜିଲାହେଉଛି ମୟୂରଭଞ୍ଜ । ଏ ପରିପ୍ରେକ୍ଷୀରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ସୀମିତ ସଂଖ୍ୟକ ସିଟ ପାଇଁ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଏଠାରେ ଅଧୟନରୁ ବଞ୍ଚିତ ହେଉଛନ୍ତି । ଆହୁରି ମଧ୍ୟ ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର କିଛି ବିଭାଗକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ଜିଲାର ମେଧାବୀପିଲାଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଦେବାକୁ ଏମପିସିସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟକୁଉନ୍ନୀତ ଦୂରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ  ପାଇଥିଲା । ସୂଚନାଯୋଗ୍ୟ ଯେ ଭବାନୀପାଟଣା ମହାବିଦ୍ୟାଳୟ ୧୯୬୦, ରମାଦେବୀ ମହିଳା ମହାବିଦ୍ୟାଳୟ ୧୯୬୪ ଓ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ରେ ପ୍ରତିଷ୍ଠା ହୋଇଥିଲେ ହେଁ ଏସବୁ ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟକୁ ଉନ୍ନୀତ ହୋଇଛନ୍ତି । ଏମପିସି କଲେଜ ପ୍ରତିଷ୍ଠା ହୋଇଥିଲା୧୯୪୭ ମସିହାରେ । ଇତିମଧ୍ୟରେ ୭୩ ବର୍ଷ ବିତିଗଲାଣି । ସେହିପରି ସମ୍ବଲପୁରରେ ପୂର୍ବରୁ ଏକ ବିଶ୍ବବିଦ୍ୟାଳୟ ଥିବାବେଳେ ସେଠାରେ ଥିବା ଗଙ୍ଗାଧର ମେହେର ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟକୁ ଉନ୍ନୀତ କରାଯାଇଛି । ବ୍ରହ୍ମପୁରରେ ମଧ୍ୟ ପୂର୍ବରୁ ଏକ ବିଶ୍ୱବିଦ୍ୟାଳୟ ଥିବାବେଳେଖଲିକୋଟ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏମପିସି ସ୍ୱୟଂ ଶାସିତ କଲେଜ ତକତପୁରକୁ ସ୍ଥାନାନ୍ତରିତ ହୋଇଥିବାବେଳେ ସେଠାରେ ଯଥେଷ୍ଟ ଶ୍ରେଣୀ ଗୃହ ରହିଛି । ଏ ପରିପ୍ରେକ୍ଷୀରେ ୭୩ ବର୍ଷର ଏମପିସିକଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିବା ଉଚିତବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ଏହି ଭଟୁଆଲ ବୈଠକରେ ଫୋରମର ସଂପାଦକ ଡ. ଶ୍ୟାମସୁନ୍ଦର ଦାସପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଉପଦେଷ୍ଟା ଡ ବିଜୟ କୁମାର ଅଗରୱାଲା, ଉପସଭାପତି ଡସୁଶାନ୍ତ କୁମାର ପାତ୍ର କୁମାର ରଂଜନ ପଣ୍ଡା, ଉତ୍ତମ କୁମାର ମହାନ୍ତି, ଆଶିଷ କୁମାର ଦେ, ଗଙ୍ଗାଧର ବେହେରା, କାନନ ଆଜ୍ୟ, ଶୋଭନା ଆଚାର୍ଯ୍ୟ, ବ୍ରଜେଶ୍ଵର ଷଡଙ୍ଗୀ ପ୍ରମୁଖ ଆଲୋଚନାରେଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment