ଜେନାପୁର/୨୭/୦୩/ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟସ୍ଥରେ ଥିବା ଏଭର ସେଣ୍ଡାଇ ନାମକ କମ୍ପାନୀ ଚାଲୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ କମ୍ପାନୀ ସମ୍ମୁଖରେ ଧାରଣା.ଅଞ୍ଚଳରେ ଗରିବ ଦିନ ମଜୁରିଆ, ବେକାରୀ ସମସ୍ୟା ଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କୁ ପ୍ରତିଶୃତି ଦେଇ, ଦୀର୍ଘ ଦିନ ହେଲା ଭଣ୍ଡାଇ ଚାଲୁଥିବାବେଳେ ଯାହା ଫଳରେ ଆଜି ସ୍ଥାନୀୟ ସାହାଣୀଡିହ ସରପଞ୍ଚଙ୍କ ପ୍ରତିନିଧି ବାବୁଲି ସାମଲ, ଅଞ୍ଜିରା ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ, ବୋଉଳମାଳ ସରପଞ୍ଚ ଅଶୋକପରିଡା, ସମାଜ ସେବୀ ଗଙ୍ଗାଧର ପଣ୍ଡାଙ୍କ ନେତୃତ୍ୱରେ ଆଜି ଶତାଧିକ ସ୍ଥାନୀୟ ଜନସାଧାରଣ ଏବଂ ୧୫ ଗୋଟିରୁ ଉର୍ଦ୍ଧ ଗ୍ରାମର ବେକାରୀ, ବେରୋଜଗାରୀ ଲୋକ ଏଭର ସେଣ୍ଡାଇ କମ୍ପାନୀ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା. ସ୍ଥାନୀୟ ଲୋକମାନଙ୍କୁ କମ୍ପାନୀ ଭିତରକୁ ପ୍ରବେଶ କରିବାକୁ ଛାଡୁନଥିବା ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି.ଏହି ଧାରଣା ସ୍ଥଳରେ ଜେନାପୁର ଥାନା ପୋଲିସ ପକ୍ଷ୍ୟରୁ ସ୍ଥାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଉପସ୍ଥିତ ଥିଲେ,
ଏଭର ସ୍ୟାଣ୍ଡ ଫାଟକ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବିରେ ଧାରଣା
|
March 28, 2023 |