ସୁନ୍ଦରଗଡ ତା:୧୪/୧୧/୨୦୨୫(ସନ୍ଧାନ ନ୍ୟୁଜ) ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ର ଲହଣ୍ଡାବୁଡ ପଞ୍ଚାୟତର ସଲଙ୍ଗା ବୁଡ ର ଭୀଷ୍ମ ପଡ଼ା କୁ ଗତକାଲି ଆମ୍ବୁଲାନ୍ସ ପହଞ୍ଚି ପାରିନି? ବିଗତ ବର୍ଷ ବର୍ଷ ଧରି ଏହି ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ଦେଇ ନିଜ ସ୍ବାର୍ଥ ସାଧିତ କରୁଛନ୍ତି ପ୍ରତିନିଧି ହେଲେ ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ମୌଳିକ ଅଧିକାରରୁ ବଞ୍ଚିତ । ଅଞ୍ଚଳ ରେ କେହି ରୋଗଗ୍ରସ୍ତ ହେଲେ ଖଟରେ ବୋହା ହେଉଛନ୍ତି ରୋଗୀ ।ଅଭାକି କିଛି ଚିତ୍ର କାଲି ଦେଖିବାକୁ ମିଳିଥିଲା । ସାଳଙ୍ଗା ବୁଡ ଭୀଷ୍ମ ପଡ଼ାର ବୁଧରାମ ମୁଣ୍ଡା ବିଲରେ କାମ କରୁଥିବା ସମୟରେ ଟଳି ପଡ଼ିଥିଲେ ।ତାହା ଦେଖି ବିଲରେ କାମ କରୁଥିବା ଲୋକେ ଆମ୍ବୁଲାନ୍ସ କୁ ଫୋନ ଯୋଗେ ଅବଗତ କରାଇଥିଲେ । ମାତ୍ର ଏହି ପଡ଼ା କୁ ରାସ୍ତା ନ ଥିବା କାରଣରୁ ପ୍ରାୟ ଏକ ଘଣ୍ଟା ରୋଗୀ ଖଟରେ ଵୋହା ହେଲାପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ । ନିର୍ବାଚନ ପରେ ନିର୍ବାଚନ ଗଡି ଚାଲିବା ସହିତ ଜନପ୍ରତିନିଧି ପ୍ରତିଶ୍ରୁତି ଫସର ଫାଟିଥିବା ବେଳେ ପ୍ରଶାସନ ମଧ୍ୟ ଘୋର ନିଦ୍ରାରେ ସୋଇଛି । ଦେଖିବାକୁ ବାକି ରହିଲା ଏହି ଅଞ୍ଚଳ ଲୋକେ କେବେ ମୌଳିକ ସୁବିଧା ପାଇବେ ।
ଏବେ ମଧ୍ୟ ଗାଁ କୁ ରାସ୍ତା ନାହିଁ,ଆମ୍ବୁଲାନ୍ସ ପହଞ୍ଚି ପାରୁ ନି,ବର୍ଷ ବର୍ଷ ଧରି ଖଟରେ ବୋହା ହେଉଛନ୍ତି ରୋଗୀ
|
November 14, 2025 |



