ନୂଆଦିଲ୍ଲୀ, ୧୭/୪ (ସନ୍ଧାନ ନିୟୁଜ) : ନିଜ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ହ୍ଵାଟ୍ସଆପ୍ ଏବେ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ପରେ ବ୍ୟବହାରକାରୀ ଚାଟ୍ର ସ୍କ୍ରିନ୍ସଟ୍ ନେଇ ପାରିବେ ନାହିଁ । ସୂଚନ ମୁତାବକ, କିଛି ଦିନ ପୂର୍ବରୁ କମ୍ପାନି ନିଜ ଆଣ୍ଡ୍ରଏଡ୍ ଆପ୍ ପାଇଁ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଉପରେ କାମ କରୁଥିଲା । ଏହି ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନରେ ଏକ ଫଙ୍କ୍ସନ୍କୁ ଯୋଡ଼ାଯିବ । ଯାହା ଆକ୍ଟିଭ୍ ହେବା ପରେ ବ୍ୟବହାରକାରୀମାନେ ଚାଟ୍ର ସ୍କ୍ରିନ୍ସଟ୍ ନେବା ପାଇଁ ଅସମର୍ଥ ହେବେ ।
ଏହି ସୂଚନା ଦେଇଥିବା ଓ୍ଵାବେଟାଇନ୍ଫୋ ଅନୁଯାୟୀ, ହ୍ଵାଟ୍ସଆପ୍ର ଏହି ଫିଚରକୁ ଯେଉଁ ବ୍ୟବହାରକାରୀମାନେ ଆକ୍ଟିଭ୍ କରିବେ, ସେମାନେ ନିଜ ଚାଟ୍ର ସ୍କ୍ରିନ୍ସଟ୍ ନେଇ ପାରିବେ ନାହିଁ । କିନ୍ତୁ ଯାହାଙ୍କ ସହ ସେମାନେ ଚାଟ୍ କରୁଥିବେ, ଯଦି ସେମାନେ ଏହି ଫିଚରକୁ ଆକ୍ଟିଭ୍ କରି ନାହାନ୍ତି । ତେବେ ସେମାନେ ଚାଟ୍ର ସ୍କ୍ରିନ୍ସଟ୍ ନେଇ ପାରିବେ । ଏହି ଖବର ଆସିବା ପରେ ଏହା ବ୍ୟବହାରକାରୀଙ୍କୁ କୌଣସି ପ୍ରକାରର ସାହାଯ୍ୟ କରିବ ନାହିଁ ବୋଲି ମତ ରଖିଛନ୍ତି ବ୍ୟବହାରକାରୀ ।



