ଏବେ ଆଉ ବଞ୍ଚି ପାରିବ ନାହିଁ ମସୁଦ ଆଝାର ! ସେନା ମୁଖ୍ୟ କହିଲେ, ‘ଆମର ଯୋଜନା ପ୍ରସ୍ତୁତ ହୋଇ ସାରିଛି’

Spread the love

ନୂଆଦିଲ୍ଲୀ, ୧୬/୩ (ସନ୍ଧାନ ନିୟୁଜ) : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀ ମୌଲାନା ମସୁଦ ଆଝାର ଉପରେ ସେନା ପ୍ରମୁଖ ଜେନେରାଲ ବିପିନ୍‌ ରାଓ୍ଵତ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ସେ ଲକ୍ଷ୍ମୌରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ହେବା ସମୟରେ ସ୍ପଷ୍ଟ ଭାବେ କହିଛନ୍ତି କି ଆତଙ୍କବାଦୀ ମସୁଦ ଆଝାରକୁ ଧରିବା ଲାଗି  ପୂରା ଯୋଜନା ପ୍ରସ୍ତୁତ ହୋଇ ସାରିଛି ଏବଂ ଏହି ଅପରେସନ୍‌ ସହିତ ଜଡ଼ିତ ଥିବା କଥାକୁ ସାର୍ବଜନୀନ କରି ହେବ ନାହିଁ । ସେନା ସକ୍ଷମ ଅଛି ଏବଂ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ରହିଛି । ସେନା ଜନତାଙ୍କ କହିବାନୁସାରେ କାମ କରନ୍ତି ନାହିଁ। ସେନା ରାଜନୈତିକ ନିର୍ଣ୍ଣୟ ଅନୁସାରେ କାମ କରି ଥାଆନ୍ତି। ସେନାର କାମକୁ ରାଜନୀତି ସହ ଯୋଡ଼ା ନ ଯାଉ ବୋଲି ରାଓ୍ଵତ କହିଛନ୍ତି।

ସେନା ପ୍ରମୁଖ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସ୍ଥିତ ପାକ୍‌ ସମର୍ଥିତ ଆତଙ୍କୀ ସଙ୍ଗଠନ-ଜୈସ୍‌-ଇ-ମହମ୍ମଦର ଶିବିର ଉପରେ ଫେବ୍ରୁଆରି ୨୬ରେ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ ଉପରେ ଉଠୁଥିବା ପ୍ରଶ୍ନକୁ ନେଇ କହିଛନ୍ତି, ଆମକୁ ଯାହା ଲକ୍ଷ୍ୟ ଦିଆଯାଇଥିଲା ତାହାକୁ ଆମେ ପୂରା କରିଛୁ। ଏଥିରେ ବହୁ ମାତ୍ରାରେ ଆତଙ୍କବାଦୀ ନିହତ ହୋଇଥିଲେ।

Related Posts

About The Author

Add Comment