ବ୍ରସେଲ୍ସ, ୧୩/୧୦ (ସନ୍ଧାନ ନିଉଜ) : ସୋମବାରଠାରୁ ପ୍ୟାରିସଠାରେ ଆରମ୍ଭ ହେଉଛି ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ସାଧାରଣ ଓ ଓ୍ଵାର୍କିଂ ଗ୍ରୁପ ବୈଠକ । ଏହି ବୈଠକରେ ଦେବାଳିଆ ହୋଇଯାଇଥିବା ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ ।
ଗତ ଜୁନରେ ହୋଇଥିବା ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଚେତାବନୀ ଦିଆଯାଇଥିଲା । ଏହି ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ଏହିୁ ୨୭ ସୁତ୍ରୀ କାର୍ଯ୍ୟ କରିବାରେ ପାକିସ୍ତାନ ବିଫଳ ହୋଇଥିବା ଆଲୋଚନା ହେଉଛି । ଏ ପ୍ରସଙ୍ଗରେ ସୋମବାର ହେବାକୁ ଥିବା ଏଫଏଟିଏଫ ବୈଠକରେ ଆଲୋଚନା ଓ ଭୋଟିଂ ହେବ ।
ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଗତ ବର୍ଷଠାରୁ ଗ୍ରେ (ଧୂଷର) ତାଲିକାରେ ରଖିଛି ।